ବର୍ଷା ନେଇ ୫ ଜିଲ୍ଲା କୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଆସୁଛି ଲଘୁଚାପ । ୨୪ ଘଣ୍ଟାରେ ଦାନା ବାନ୍ଧିବ । ବାଲାଂଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାର ଅଧିକ ଘନୀଭୂତ ହୋଇ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ଜାରି ରହିବ.

ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୧୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଦେଇଛି ୟେଲୋ ଓ୍ଵାର୍ଣ୍ଣିଂ । ଆସନ୍ତାକାଲି ପାଇଁ ୫ ଜିଲ୍ଲା ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୫ ତାରିଖରେ ୧୦ ଜିଲ୍ଲା, ୬ ତାରିଖରେ ୧୮ ଜିଲ୍ଲା ଓ ୭ ତାରିଖରେ ୧୭ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ ।

Spread the love