ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ

ଆଜି ଏନଆରଜି ଷ୍ଟାଡିୟମରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶନିବାର ଆମେରିକାର ଟେକସାସ୍‌ ହଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିବେ ବାଲୋଚ, ସିନ୍ଧି ଏବଂ ପାଶ୍ତୋ ସଂଗଠନର ପ୍ରତିନିଧି। ପାକିସ୍ତାନ ପାଖରୁ ସ୍ୱାଧୀନତା ପାଇବା ପାଇଁ ସେମାନେ ଦାବି କରିବେ ବୋଲି ଜଣାପଡ଼ିଛି।

ଆମେରିକାର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ବାଲୋଚ, ପ୍ରବାସୀ ସିନ୍ଧି ଏବଂ ପାଶତୋ ଆମେରିକା କମ୍ୟୁନିଟି ଏଥିପାଇଁ ଏକାଠି ହୋଇଛନ୍ତି। ମୁଖ୍ୟତଃ ପାକିସ୍ତାନ ସେନା ଦ୍ୱାରା ସ୍ୱାଧୀନତା ଦାବି କରୁଥିବା ସଂଗଠନକୁ ଯେଉଁ ନିର୍ଯାତନା ଦିଆଯାଉଛି ତାକୁ ଭାରତ ଓ ଆମେରିକାର ମୁଖିଆଙ୍କ ଆଗରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ୧୯୭୧ ମସିହାରେ ବାଂଲାଦେଶ ଯେତେବେଳେ ସ୍ୱାଧୀନତା ପାଇଥିଲା ସେତେବେଳେ ଭାରତ ସହଯୋଗର ହାତ ବଢ଼ାଇଥିଲା। ସେହିପରି ଭାବରେ ଭାରତ ଓ ଆମେରିକା ତାଙ୍କୁ ସହଯୋଗ କରନ୍ତୁ ବୋଲି ବାଲୋଚ ନ୍ୟାଶନାଲ ମୁଭମେଣ୍ଟର ଆମେରିକା ନେତା ନବୀ ବକସା ବାଲୋଚ କହିଛନ୍ତି।
Spread the love