ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଉଦଳା ୦୮/୦୭: ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ତଳେ ଝାଡୁ ଧରି ଧାରଣା। ଧାରଣାରେ ବସିଲେ କାର୍ଯ୍ୟରତ ସଫେଇ କର୍ମଚାରୀ। ଉଦଳା ଏନଏସି ଅଧୀନରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ଝାଡୁ ଧରି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଉଦଳା ହାଇସ୍କୁଲ ଛକରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ଦରମା ବଢ଼ିବା ବିଷୟରେ ଆଲୋଚନା କରିବାକୁ ଯାଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ର୍ଦୁବ୍ୟବହାର କରିବା ଏବଂ ବାରମ୍ବାର ଘୋଷଣା ପରେ ମଧ୍ୟ ସେମାନଙ୍କୁ ବଢ଼ା ଦରମା ନମିଳିବା ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଉଦଳାରେ ସଫେଇ କାମ ବନ୍ଦ ହୋଇଛି। ଆନ୍ଦୋଳନରତ ସଫେଇ କର୍ମଚାରୀମାନେ ତୁରନ୍ତ ସେମାନଙ୍କୁ ବଢ଼ା ଦରମା ଦେବା ସହିତ ଏନଏସି ଅଧିକାରୀ ବଦଳି କରିବା ପାଇଁ ଦାବି କରିଛନ୍ତି।

Spread the love