ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି: ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ତିନି ଠାକୁର

ନୀଳଗିରି ୧୦/୦୭: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ବାହୁଡାଯାତ୍ରାରେ ଜନସମୁଦ୍ର ହୋଇଥିଲା। ଜନ୍ମବେଦୀରେ ଚତୁର୍ଦ୍ଧାମୁରତି ୯ ଦିନ ରହିବା ପରେ ଭକ୍ତଙ୍କୁ ଦଶ ଅବତାରରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ଶନିବାର ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଛେରାପହଁରା କରି ତିନିଠାକୁରଙ୍କୁ ରଥ ଉପରକୁ ପାଛୋଟି ନେଇଥିଲେ। ରୀତିନୀତି ଅନୁସାରେ ରବିବାର ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା।

ରବିବାର ନୀଳଗିରି ବଡ଼ଦାଣ୍ଡରେ ବାହୁଡ଼ାପାଇଁ ହଜାର ହଜାର ଭକ୍ତ ଭର୍ତ୍ତି ହୋଇଥିଲେ। ରବିବାର   ଅଧା ରାସ୍ତାରେ ତିନିଠାକୁର ଅଟକି ରହି ରାତ୍ରଯାପନ ପରେ ସୋମବାର ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ। ସେଦିନ ଲକ୍ଷ୍ମୀ ନାରାୟଣଙ୍କ ଭେଟ ପରେ ମହାପ୍ରଭୁ ରସଗୋଲା ଭୋଗ ଲଗାଇ ଲକ୍ଷ୍ମୀଙ୍କୁ ମନାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବେ।

Spread the love