ଜୁଲାଇ ୧୧ରେ ଉନ୍ମୋଚନ ହେବ “ଅମିତ ଶାହ ଓ ବିଜେପିର ଯାତ୍ରା” ପୁସ୍ତକର ଓଡ଼ିଆ ସଂସ୍କରଣ

ଭୁବନେଶ୍ୱର ୧୦/୦୭: ଜୁଲାଇ ୧୧ ତାରିଖରେ ଭୁବନେଶ୍ବରରେ ଥିବା ମେ’ ଫେୟାର ହୋଟେଲରେ ପୂର୍ବାହ୍ଣ  ୧୦ଟା ୩୦ରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ କରକମଳରେ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହେବାକୁ ଯାଉଛି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ‘ସମ୍ବାଦ’ ଖବରକାଗଜର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା, ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ବିବେଦୀଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର, ସାମ୍ବାଦିକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ରାଜନୀତିର ଚାଣକ୍ୟ, ବର୍ତ୍ତମାନର ସ୍ବରାଷ୍ଟ୍ର ମନ୍ତ୍ରୀ ଓ ଜଣେ ସଫଳ ରାଜନୀତିଜ୍ଞ ହେଉଛନ୍ତି ଅମିତ ଶାହ। ନିଜର ନିଆରା ଅନ୍ଦାଜ, ଦକ୍ଷ ରାଜନୈତିକ ଗୋଟିଚାଳନା, ମନ୍ତ୍ରୀ ଭାବେ ଦକ୍ଷ ପ୍ରଶାସନ ପାଇଁ ସାରା ଦେଶରେ ସେ ପରିଚିତ। “ଅମିତ ଶାହ ଓ ବିଜେପିର ଯାତ୍ରା”ର ମୂଳ ଇଂରାଜି ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ବିବେଦୀ। ବହିର ପ୍ରକାଶନ ଦାୟିତ୍ବ ବ୍ଲୁମ୍ସବରି ନେଇଛି। ଆସନ୍ତାକାଲି ଉନ୍ମୋଚନ ହେବାକୁ ଥିବା ବହିଟି ଓଡ଼ିଆରେ ଅନୁବାଦିତ। ବହିରେ ଅମିତ ଶାହଙ୍କ ଜୀବନରେ ଅନେକ ରହସ୍ୟ ଓ ରୋଚକ ତଥ୍ୟ ସ୍ଥାନ ପାଇଛି। ବୁଥ୍ କାର୍ଯ୍ୟକର୍ତ୍ତାରୁ ବିଶ୍ବର ସବୁଠୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତିର ଯାତ୍ରାକୁ ପୁସ୍ତକରେ ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ୮୦ ଦଶକ ଆରମ୍ଭରେ ଜଣେ ବୁଥ୍ କାର୍ଯ୍ୟକର୍ତ୍ତା ଭାବେ ସକ୍ରିୟ ରାଜନୀତି ଆରମ୍ଭ କରିଥିବା ଅମିତ ଶାହଙ୍କ କାହାଣୀକୁ ଲକ୍ଷ ଲକ୍ଷ ବିଜେପି କର୍ମୀ ଅନୁଭବ କରିପାରିବେ ବୋଲି ଲେଖକ ଓ ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି ।

Spread the love