ବାହୁଡା ଯାତ୍ରାରେ ବାଙ୍ଗାଲୁରୁରେ ଆୟୋଜିତ ହେଲା ନୃତ୍ୟ ମହୋତ୍ସବ “ଓଁ ପଞ୍ଚମୃତମ୍”

ବେଙ୍ଗାଲୁରୁ ୧୦/୦୭: ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସାରା ବିଶ୍ୱରେ ଭକ୍ତମାନେ ପାଳନ କରନ୍ତି। ପୁରୀ ଧାମରେ ଭକ୍ତ ଓ ଭଗବାନଙ୍କର ଅଭୂତପୂର୍ବ ମିଳନ ସମସ୍ତଙ୍କର ଭାଗ୍ୟରେ ନଥାଏ, ତେଣୁ ଜଗନ୍ନାଥ ମହାପ୍ରଭୁଙ୍କ ଆଶ୍ରିତ ଭକ୍ତଟିଏ ବିଶ୍ୱର ଯେଉଁ ସ୍ଥାନରେ ରହିଲେ ମଧ୍ୟ ଭଗବାନଙ୍କ ଘୋଷ ଯାତ୍ରାକୁ ପାଳନ କରେ। ଓଡ଼ିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ସିଙ୍ଗରାମଣି ଗୁରୁ ଶ୍ରୀ ଦେବାଶିଷ୍ ପଟ୍ଟନାୟକ ବାଙ୍ଗାଲୋର ସହରରେ ବାହୁଡା ଦିନ ସନ୍ଧ୍ୟାରେ “ଓଁ ପଞ୍ଚମୃତମ୍” ନାମକ ପ୍ରଭୁ ଜଗନ୍ନାଥଙ୍କ ଆରାଧନା ଉପରେ ଏକ ନୃତ୍ୟ ସନ୍ଧ୍ୟା ଆୟୋଜନ କରିଥିଲେ। ଓଡିଶୀ, କଥକ, ଭାରତନାଟ୍ୟମ୍, କୁଚୁପୁଡି ଏବଂ ମୋହିନିଆଟମର ଯୁଗଳବନ୍ଦୀ ଉପସ୍ଥିତ ଦର୍ଶକମାନଙ୍କର ମାନମୋହି ଥିଲା। ଦକ୍ଷିଣ ବାଙ୍ଗାଲୋରର ଯେପି ନଗରରେ ଥିବା ଏମ୍ଏଲ୍ଆର୍ କନଭେସନ୍ ସେଣ୍ଟରରେ ଅନୁଷ୍ଠିତ ଏହି ନୃତ୍ୟ ସନ୍ଧ୍ୟାରେ ଜଗନ୍ନାଥଙ୍କ ବନ୍ଦନା ବିଭିନ୍ନ ନୃତ୍ୟ ପ୍ରଦର୍ଶନ, ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ବହୁ ଚମତ୍କାର ଭାବରେ ପ୍ରଦର୍ଶିତ କରାଯାଇଥିଲା।

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଶିଙ୍ଗାରମଣି ଗୁରୁ ଶ୍ରୀ ଦେବାଶିଷ ପଟ୍ଟନାୟକ, ଗୁରୁ ଶ୍ରୀମତୀ ସୁପ୍ରିୟା ମିଶ୍ର, ଗୁରୁ ଶ୍ରୀମତୀ ଲୀନା ମହାନ୍ତିଙ୍କ ସହ ଗୁରୁ ରେଖା ସତୀଶ୍, ଗୁରୁ ସ୍ଵପ୍ନା ରାଜେନ୍ଦ୍ର କୁମାର, ଗୁରୁ ୟଗ୍ନିକା ମଧୁସୂଦନଙ୍କର ଶିଶ୍ୟାମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ, କଥକ, କୁଚିପୁଡ଼ି, ଭାରତନାଟ୍ୟମ୍ ଏବଂ ମୋହିନୀଆଟ୍ଟମର ଏକ ଅଭୂତପୂର୍ବ ପରିବେଷଣ ଉପସ୍ଥିତ ଶହ ଶହ ଦର୍ଶକଙ୍କ ପାଇଁ ଏକ ସ୍ମରଣୀୟ ସନ୍ଧ୍ୟା ହୋଇଥିଲା।ସମସ୍ତ ନୃତ୍ୟ ଗୁରୁମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବାହୁଡା ଯାତ୍ରା ଦିନ ନୃତ୍ୟ ମହୋତ୍ସବରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନିଖୁଣ ଭାବରେ ପ୍ରତିପାଦିତ ହୋଇଥିବାରୁ ଉପସ୍ଥିତ ପ୍ରବାସୀ ଓଡ଼ିଆ ମାନେ ସଂଗଠନକୁ ଧନ୍ୟବାଦ ଦେଇଥିଲେ।

Spread the love