୭୦ ବର୍ଷ ହେଲା କୌଣସି ଖାଦ୍ୟ ଦୂରର କଥା ପାଣି ବି ପିଉ ନାହାନ୍ତି

ଗୁଜରାଟର ପ୍ରହ୍ଲାଦ ମାତାଜୀ ନାମକ ଏହି ସାଧୁ ଜଣକ ଗତ ୭୦ ବର୍ଷ ହେଲା କୌଣସି ଖାଦ୍ୟ ଦୂରର କଥା ପାଣି ବି ପିଉ ନାହାନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟ ବେଶ ସତେଜ ରହିଛି। ସାଧୁ ୧୯୪୦ ମସିହାରୁ କିଛି ଖାଇନଥିବାର ଦାବି କରୁଛନ୍ତି। ତାଙ୍କ ଅଜାଣତରେ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ କ୍ୟାମେରା ବି ଲଗାଯାଇଥିଲା। ହେଲେ ସେ କରୁଥିବା ଦାବି ଓ ତାଙ୍କ ଚାଲିଚଳଣରେ କୌଣସି ସନ୍ଦେହ ଉପୁଜି ନାହିଁ। ଏଣୁ ସାଧୁ ସୂର୍ଯ୍ୟଙ୍କ କିରଣରୁ ଶକ୍ତି  ଓ ପବନରୁ  ଅକ୍ସିଜେନ ସଂଗ୍ରହ କରି ଜୀବିତ ଥିବା ଅନୁମାନ କରାଯାଉଛି।

ସାଧୁଙ୍କ ନାମ ପ୍ରହ୍ଲାଦ ଜାନୀ।  ବେଶ ସାଧାସିଧା ନିରଳଶ ବ୍ୟକ୍ତିତ୍ୱ। ସେ ଗତ ୧୯୪୦ ମସିହାରେ ଶେଷ ଥର ଖାଦ୍ୟ ଗ୍ରହଣ କରିଥିବା ମନେ ପକାଇପାରୁଛନ୍ତି। ହେଲେ ଗତ ୭୦ ବର୍ଷରେ ସେ ଖାଦ୍ୟ ଦୂରର କଥା କେବେ ଗୋଟେ ଗ୍ଲାସ ପାଣି ବି ପିଇନାହାନ୍ତି । ସାଧୁ ହୁଏତ ମିଥ୍ୟା ଦାବି କରୁଥାଇପାରନ୍ତି। ଏଣୁ ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ଅଜାଣତରେ କ୍ୟାମେରା ଲଗାଇ ଦିଆଯାଇଥିଲା। ତାଙ୍କର ୧୦ ଦିନର ଚାଲିଚଳନର ଭିଡିଓ ରେକର୍ଡ ହୋଇଥିବା ବେଳେ ତାଙ୍କ ଚାଲିଚଳନରେ ସାମାନ୍ୟତମ ସନ୍ଦେହ ମଧ୍ୟ ହେଉ ନାହିଁ।

ତେବେ ଏହି ୧୦ ଦିନରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟତମ ପରିବର୍ତ୍ତନ ବି ଦେଖାଯାଇନି। ସେ ପୂର୍ବରୁ ଜେପରି ସତେଜ ଓ କାର୍ଯ୍ୟକ୍ଷମ ଥିଲେ ୧୦ ଦିନରେ ବି ତାଙ୍କୁ ସେମିତି ସତେଜ ଦେଖାଯାଇଛି। ତାଙ୍କ ଶାରୀରିକ ଓଜନରେ ମଧ୍ୟହ୍ରାସ ହୋଇନି। ଏଣୁ ସାଧୁ କରୁଥିବା ଦାବି ହୁଏତ ସତ୍ୟ ବୋଲି ଏବେ ବିଚାର କରାଯାଉଛି। ହେଲେ ସାଧୁଙ୍କ ଜୀବନଯାପନ ପ୍ରଣାଳୀ ଏବେ ବୈଜ୍ଞାନିକଙ୍କୁ ବି ଆଚମ୍ବିତ କରିଛି।

Spread the love