ସଫଳତା ପାଇବାର ୫ ମୂଳ ମନ୍ତ୍ର, ସମସ୍ତ କାର୍ଯ୍ୟରେ ପାଇବେ ସିଦ୍ଧି

ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭବକୁ ନେଇ ଜୀବନର ରହସ୍ୟସବୁକୁ ନେଇ ନିଜର ନୀତିଶାସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏସବୁ ନୀତିକୁ ଅନୁସରଣ କଲେ ଜୀବନର ଚ୍ୟାଲେଞ୍ଜ ସହ ଲଢ଼ିବାକୁ ସାହସ ମିଳିଥାଏ। ଏଥିସହ ଏଥିରେ କୁହାଯାଇଥିବା ଉପାୟସବ ସଫଳତା ମାର୍ଗରେ ଚାଲିବା ଲାଗି ପଥ ପ୍ରଥ ପ୍ରଦର୍ଶକ ହୋଇଥାଏ। ତେବେ ଚାଣକ୍ୟ ସଫଳତାକୁ ନେଇ ୫ ମୂଳ ମନ୍ତ୍ର ବିଷୟରେ କହିଛନ୍ତି। ଏହାକୁ ଆପଣାଇଲେ ପ୍ରତିଟି କ୍ଷେତ୍ରରେ ଜଣେ ବ୍ୟକ୍ତି ସଫଳ ହୋଇପାରିବ। ଆସନ୍ତା ଜାଣିବା:

-ପ୍ରଥମ ମନ୍ତ୍ର: ଚାଣକ୍ୟ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜର ରୋଜଗାର ଏବଂ ଖର୍ଚ୍ଚର ସମ୍ପୂର୍ଣ୍ଣ ବିବରଣୀ ରଖିବା ଉଚିତ। ଏହାଫଳରେ ସେ ନିଜର ଆର୍ଥିକ ଉତ୍ଥାନ ପତନ ସହ ବଜେଟକୁ ଦୃଷ୍ଟିରେ ରଖିପାରିବେ। ଯଦି ବ୍ୟକ୍ତି ନିଜର ରୋଜଗାରଠାରୁ ଖର୍ଚ୍ଚ ଅଧିକ କରନ୍ତି ତେବେ ତାକୁ ଅଭାବ ଅନଟନର ସାମ୍ନା କରିବାକୁ ପଡ଼ିଥାଏ। ଏଣୁ ଧନ ସଞ୍ଚୟ ନିହାତି ଆବଶ୍ୟକ।

-୨ୟ ମନ୍ତ୍ର: ମନୁଷ୍ୟକୁ ନିଜର ଶାରିରିକ ଏବଂ ବୌଦ୍ଧିକ କ୍ଷମତା ବିଷୟରେ ଜାଣି ରଖିବା ଉଚିତ। ଏଣୁ ଯଦି ବ୍ୟକ୍ତି ନିଜର କ୍ଷମତା ବିଷୟରେ ଜାଣନ୍ତି ତେବେ ସେ ସେହି ଅନୁଯାୟୀ କାର୍ଯ୍ୟ କରି ସଫଳ ହୁଅନ୍ତି। ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

-୩ୟ ମନ୍ତ୍ର: ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ନିଜର ଶୁଭଚିନ୍ତକ ଏବଂ ବିରୋଧୀଙ୍କ ବିଷୟରେ ଜାଣି ରଖିବା ଉଚିତ। ଏହାଦ୍ୱାରା ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଶୁଭଚିନ୍ତକଙ୍କ ସହାୟତା ନେଇପାରିବେ, ସେହିଭଳି ବିରୋଧୀଙ୍କୁ ଦୂରେଇ ରଖିପାରିବେ। ଯିଏ ଏମାନଙ୍କ ମଧ୍ୟରେ ପ୍ରଭେଦ ଜାଣିନେବେ ସେ ସବୁ କଠିନସ୍ଥିତିକୁ ପାର କରିନେବ।

୪ର୍ଥ ମନ୍ତ୍ର: ଚାଣକ୍ୟ କୁହନ୍ତି ସବୁ ବ୍ୟକ୍ତିଙ୍କୁ ଜାଣି ରଖିବା ଉଚିତ ଯେ କେଉଁ ସ୍ଥାନ ତାଙ୍କ ରହିବା ଲାଗି ଠିକ୍‌ ଏବଂ କିଭଳି ଲୋକଙ୍କ ମଧ୍ୟରେ ରହିବା ଉଚିତ। ଏହାଦ୍ୱାରା ସୁଖ ସୁବିଧା ଏବଂ ରୋଜଗାରର ଭରପୂର ଅବସର ପ୍ରାପ୍ତ ହେବ।

୫ମ ମନ୍ତ୍ର: ଚାଣକ୍ୟ କୁହନ୍ତି ସଫଳତା ପାଇବାକୁ ହେଲେ ବ୍ୟକ୍ତିଙ୍କୁ ନିଜର ବର୍ତ୍ତମାନ ସ୍ଥିତିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବାର ବୁଦ୍ଧି ରହିବା ଉଚିତ। ଯେଉଁ ବ୍ୟକ୍ତି ନିଜର ପରିସ୍ଥିତି ଅନୁଯାୟୀ ନିର୍ଣ୍ଣୟ ନେଇଥାନ୍ତି, ସେ ସଫଳ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

Spread the love