ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ଶୃଙ୍ଖଳା ଛାଟ, ଟିକେ ବିଳମ୍ବ ହେଲେ କଟିବ ଅବିଳମ୍ବେ ଦରମା

ଏଣିକି ଠକି ପାରିବେନି କର୍ମଚାରୀ। ଡ୍ୟୁଟିରେ ଠକୁଥିବା କର୍ମଚାରୀ ସାବଧାନ। କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ। ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କରାଯାଇଛି। କାର୍ଯ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ ପଡିବ। ଯେଉଁ କର୍ମଚାରୀ ବାୟୋମେଟ୍ରିକ୍ ନଦେବେ ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ।


କର୍ମଚାରୀମାନେ ସକାଳ 10ଟାରେ କାର୍ଯ୍ୟାଳୟକୁ ଆସିବେ। ଅଧଘଣ୍ଟାଏ ଗ୍ରେସ୍ ପିରିୟଡ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ଏଣିକି ସାଢେ 7 ଘଣ୍ଟା କାର୍ଯ୍ୟାଳୟରେ ରହିବାକୁ ବାଧ୍ୟ। ସାଢେ 7ଘଣ୍ଟାରୁ କମ୍ ରହିଲେ କର୍ମଚାରୀଙ୍କ ଅଧା ଦରମା କଟାଯିବ। 4ଘଣ୍ଟାରୁ କମ୍ ସମୟ ରହିଲେ ପୁରା ଦିନଟି ଛୁଟି ଭାବରେ ଗଣାଯିବ। ଯେଉଁ କର୍ମଚାରୀମାନେ 10ଟା 30ରେ କାର୍ଯ୍ୟାଳୟକୁ ଆସିଥିବେ ସେମାନେ 6ଟା ପୂର୍ବରୁ ଯାଇପାରିବେ ନାହିଁ।

ଉଚ୍ଚଶିକ୍ଷା ବିଭାଗର ନିମ୍ନଲିଖିତ ନିର୍ଦ୍ଦଶନାମା ଅନୁଯାୟୀ ଲୋକସେବା ଭବନରେ ଥିବା କର୍ମଚାରୀମାନେ କାର୍ଯ୍ୟାଳୟରେ ପ୍ରବେଶ ଓ ପ୍ରସ୍ଥାନ କଲାବେଳେ ବାୟୋମେଟ୍ରିକ ଉପସ୍ଥାନ ଦେବାକୁ ବାଧ୍ୟତା ମୂଳକ କରାଯାଇଛି । ପ୍ରତ୍ୟେକ କର୍ମଚାରୀ ପ୍ରତିଦିନ 7ଘଣ୍ଟା କାମ କରିବେ । ସମସ୍ତ କର୍ମଚାରୀ ସକାଳ 10ଟା ସୁଦ୍ଧା କାର୍ଯ୍ୟାଳୟକୁ ଆସିବେ । 10 ଟା ପରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ବିଳମ୍ବରେ ଆସୁଥିବା ବିବେଚନା କରାଯିବ ।  ସେହିପରି କର୍ମଚାରୀ 11ଟାରେ ଆସିଲେ ସେଦିନ ତାଙ୍କର ଛୁଟି ବୋଲି ବିବେଚନା କରାଯିବ ।

 

Spread the love