ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗ

ପ୍ରଶ୍ନପତ୍ର ଲିକ୍‌। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗ। ଏଜୁକେସନ୍‌ 6TH ସେମିଷ୍ଟରର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ କଲେଜ କର୍ତ୍ତୁପକ୍ଷ ସ୍ୱୀକାର କରିଛନ୍ତି। କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି ସେନେଇ ତଦନ୍ତ କରାଯିବ।ଏନେଇ ଏକ ତଦନ୍ତ କମିଟି ଗଠନ କରାଯାଇଛି। ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରବର୍ତ୍ତୀ ପରୀକ୍ଷା କେବେ ହେବ ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି କଲେଜ ପକ୍ଷରୁ କୁହାଯାଇଛି।

Spread the love