ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ

ନୂଆପଡା ୧୪।୦୭:  ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲା ୧୩ ମାସର ଶିଶୁ । ମୃତକ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଝିଟକି ଗାଁର ଶଙ୍କର ପ୍ରଧାନ ଓ ଶାନ୍ତି ପ୍ରଧାନ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ସମସ୍ତ ଖାଇସାରି ଶୋଇବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ବିଷାକ୍ତ ସାପଟି ଆସି ଦଂଶନ କରିଥିଲା । ପ୍ରଥମେ ଗୁଣିଗାରେଡି ଦ୍ୱାରା ସୁସ୍ଥ ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦେହ ଅସୁସ୍ଥତା ବଢିବାରୁ ତୁରନ୍ତ ନୂଆପଡ଼ା ମେଡିକାଲକୁ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ  ୧୩ ମାସର ଶିଶୁଟି ମାଆଠାରୁ କ୍ଷୀର ଖାଇଥିବାରୁ , ଏବେ ସେ ଗୁରୁତର ଅଛି । ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି ।

Spread the love