୧୧ ମାସ ମଧ୍ୟରେ ସବୁଠାରୁ ଶସ୍ତା ହେଲା ସୁନା

ନୂଆଦିଲ୍ଲୀ 15/07: ଗ୍ରାହକଙ୍କ ପାଇଁ ଖୁସି ଖବର।  ଶସ୍ତା ହେଲା ସୁନା ରୂପା ଦର। ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ ।  କାରଣ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଆନ୍ତର୍ଜାତୀୟ ବଜାର ବିଷୟରେ କହିଲେ, ଏଠାରେ ସୁନାର ମୂଲ୍ୟ ୧୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।  କଥା ହେଉଛି, ଆମେରିକାର ମୁଦ୍ରାସ୍ଫୀତି ହାର ୪୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ସୁଧ ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଯେଉଁଥିପାଇଁ ସୁନା ଦର ହ୍ରାସ ପାଉଛି । ନିବେଶକ ବିକ୍ରୟ ହେତୁ ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୧.୫ ପ୍ରତିଶତ ହ୍ରାସ ହୋଇ ୧,୭୧୦ ଡଲାରରେ ପହଞ୍ଚିଛି। ତେଣୁ ରୂପା ମୂଲ୍ୟ ୨.୨ ପ୍ରତିଶତ ହ୍ରାସ ପାଇ ୧୮.୭୬ ଡଲାରକୁ ଖସି ଆସିଛି ।

ଅନ୍ୟପକ୍ଷରେ, ଯଦି ଆମେ ଘରୋଇ ବଜାର ବିଷୟରେ କହିବା, ତେବେ ଦୁଇ ମାସ ମଧ୍ୟରେ ସୁନା ଦର ଅତି ନିମ୍ନ ସ୍ତରକୁ ଖସି ଆସିଛି। MCX ରେ ସୁନା ମୂଲ୍ୟ ୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୫୦,୮୨୧ ଟଙ୍କା ହୋଇଛି। ଅନ୍ୟପକ୍ଷରେ, ଯଦି ଆମେ ରୂପା ବିଷୟରେ କହିବା, ତେବେ ରୂପା ମୂଲ୍ୟ ୩.୫ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମରେ ୫୫,୧୯୪ ଟଙ୍କା ରହିଛି।

ସୂଚନାନୁଯାୟୀ ଚଳିତ  ମାସ ଆରମ୍ଭରେ ଯେତେବେଳେ ସୁନା ଆମଦାନୀ ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଥିଲେ। ଏହାପରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୨,୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲା । ଅନ୍ୟପକ୍ଷରେ ଦିଲ୍ଲୀର ସରାଫ ବଜାରରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୧୬୩ ଟଙ୍କା କମି ୫୦,୩୧୪ ଟଙ୍କା  ଓ ରୂପା ୧୯୫ ଟଙ୍କା ହ୍ରାସ ପାଇ ୫୬ ,୨୫୪ ଟଙ୍କା ରହିଛି।

Spread the love