ଡିଆରଡିଏକୁ ବିପଦ ବଢିଲା : କର୍ମଚାରୀଙ୍କ ଦରମା ଅର୍ଥ ଦେଉନି କେନ୍ଦ୍ର, ଅନ୍ୟ ଯୋଜନାରୁ ଅର୍ଥ ଭରଣା କରୁଛି ରାଜ୍ୟ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି। ଅଥଚ ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବାବଦ ନିଜସ୍ବ ଅଂଶଧନ ଅର୍ଥ ଚଳିତ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏବେ ରାଜ୍ୟ ସରକାର ଅନ୍ୟ ଯୋଜନା ଅର୍ଥରୁ ଟଙ୍କା ଆଣି କେନ୍ଦ୍ର ଅଂଶଧନ ସହ ନିଜସ୍ବ ଅଂଶଧନ ବାବଦରେ ୩୦ଟି ଜିଲ୍ଲାର ଡିଆରଡିଏ କର୍ମଚାରୀଙ୍କ ଦରମା ଓ ପେନସନ୍ ଅର୍ଥ ପ୍ରଦାନ କରୁଥିବା ଜଣାପଡିଛି।

ଶେଷଥର ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୭ ତାରିଖରେ ଅଂଶଧନ ପ୍ରଦାନ କରିଥିଲେ। ତା ପରଠୁ ଆଉ ଟଙ୍କାଟିଏ ବି ପ୍ରଦାନ କରିନାହାନ୍ତି।

Spread the love