ଭବିଷ୍ୟତ ନେଇ ମନକଥା କହିଲେ ନବୀନ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏପ୍ରଶ୍ନ ପ୍ରତ୍ୟେକ ଓଡିଆଙ୍କ ମନରେ ଉଙ୍କି ମାରୁଛି । ପୁଣିଥରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରଶ୍ନ ଉତ୍ତର ଦେଇ ପୁଣି ଥରେ ନବୀନ କହିଛନ୍ତି ଯେ ଓଡ଼ିଶାର ଲୋକେ ମୋର ଉତ୍ତରାଧିକାରୀ ବାଛିବେ । ଭୁବନେଶ୍ୱର ଏକ ସ୍ୱତନ୍ତ୍ର କ୍ରାଯ୍ୟକମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ବହୁ ସମୟରେ ଚର୍ଚ୍ଚା ହୁଏ ଯେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧୀକାରୀ । ହେଲେ ଏହାକୁ ନବୀନ ଖଣ୍ଡନ କରି ଲୋକଙ୍କ ଉପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ଛାଡିଛନ୍ତି ।
ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ ସେ ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ଫ୍ୟାନ । ଯେତେବେଳେ ବରିଷ୍ଠ ସାମ୍ବାଦିକ ପ୍ରଭୃ ଚାୱଲା ତାଙ୍କୁ ଓଡ଼ିଶାର ବିରାଟ କୋହିଲି କହିଥିଲେ ସେତେବେଳେ ଏକଥା କହିଥିଲେ । ଏହାସହ ରାଜନୀତିରୁ ସନ୍ୟାସ ନେବା ପରେ ସେ ସାହିତ୍ୟ ଜଗତରେ ରହିବେ ବୋଲି କହିଛନ୍ତି । ନବୀନଙ୍କ ଏହି ମନକଥା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ, ବାରମ୍ବାର ନିର୍ବାଚନ ଜିତିବା ର ଶ୍ରେୟ ତାଙ୍କର ନୁହେଁ, ବଂର ତାଙ୍କ ଟିମରେ ବୋଲି ସେ କହିଛନ୍ତି ।

Spread the love