ଯୁବତୀଙ୍କୁ କାମ କରିବା ପାଇଁ ନେଇ ୟୁପିରେ ବିକ୍ରି କରିଦେଲେ ଦଲାଲ୍‌, ଝିଅକୁ ଉଦ୍ଧାର ପାଇଁ ବାପା-ମାଆଙ୍କ ଧାରଣା

ଆଠମଲ୍ଲିକ, ୧୭/୦୭: ଆଠମଲ୍ଲିକ ଥାନା ଅନ୍ତର୍ଗତ ନୁଆମାଣତିରି ଗ୍ରାମର ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି ଅଭିଯୋଗ । ଜମ୍ବେସ୍ଵର ବେହେରାଙ୍କର ଝିଅ ସବିତ୍ରୀ ବେହେରାଙ୍କୁ ବୌଦ୍ଧ ଜିଲ୍ଲାର ରାଧାନଗର ଅଞ୍ଚଳର ଯୁଧିଷ୍ଠିର ନାୟକ ଓ ସୁବୁଳିଆର ଅର୍ଜୁନ ବେହେରା ଉତ୍ତରପ୍ରଦେଶରେ ବିକ୍ରି କରିଦେଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକ  । ଯୁବତୀକୁ କାମ ଦେବା ବାହାନାରେ ନେଇ ସେଠାରେ ବିକ୍ରି କରିଦେଲେ ।

ଯୁବତୀ ଜଣଙ୍କୁ ତାଙ୍କ ବାପା ଫୋନ କରିବା ପରେ ପରିବାର ଲୋକ ଆଠମଲ୍ଲିକ ଥାନାରେ ଗତ ୭ ତାରିଖରେ FIR ଦେଇଥିଲେ । ଯେଉଁ ଯୁବକ ଦୁଇ ଜଣଙ୍କର ନାଁରେ FIR ଦିଆଯାଇଥିଲା ସେମାନେ କୁଆଡେ ଯୁବତୀଚାଲାଣ କରନ୍ତି ବୋଲି ଲୋକେ ଯୁଧିଷ୍ଠିର ନାୟକକୁ କହିଛିନ୍ତି । ଏବେ ତାଙ୍କ ଝିଅକୁ ପୋଲିସ ୟୁପିରୁ ନଆଣିବା ପର୍ଯ୍ୟନ୍ତ ସେମାନେ ଉପଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବସି ରହିବେ । ଦରକାର ପଡ଼ିଲେ ଆତ୍ମାହୁତି ଦେବେ  । ଏ ପ୍ରକାର ଦାବି କରି ଅନଶନରେ ବସିଛନ୍ତି ସ୍ବାମୀ  ଓ ସ୍ତ୍ରୀ  ।

ସୂଚନା ମୁତାବକ ଅଭିଯୁକ୍ତକୁ ବୌଦ୍ଧରୁ ପେଲିସ ୧୨ ତାରିଖରେ ଆଠମଲ୍ଲିକ ଆଣିଥିଲା । ତାଙ୍କୁ ୧୪ ତାରିଖ ଛାଡି ଦେଇଥିଲା ।  ଏ ବିଷୟରେ ପୋଲିସକୁ ଝିଅର ବାପା ପଚାରିବାରୁ ପୋଲିସ କହିଛି ଯେ, ସେ ଦୁଇ ଜଣକୁ ନେଇଗଲେ ଯାଇ ଝିଅକୁ ଉଦ୍ଧାର କରିବ । ଅପରପକ୍ଷରେ ଅଭିଯୁକ୍ତ ଦୁଇ ଜଣକୁ ପୋଲିସ ଛାଡି ଦେଇଥିବା ଜାଣିବା ପରେ ପରିବାର ଲୋକ ଆଠମଲ୍ଲିକ ପୋଲିସ ଉପରେ ଆଉ ବିଶ୍ଵାସ କରିପାରୁନାହାନ୍ତି । ଆଗରୁ ଆଠମଲ୍ଲିକ ପୋଲିସ ହଇରାଣ କରିବା ସହିତ ଗାଳିଗୁଲଜ କରିଛି । ବୟାନ ବଦଳାଇବା ପାଇଁ ମଧ୍ୟ କହିଛି । ତାଙ୍କ ଝିଅକୁ ଯଦି ଉଦ୍ଧାର କରାନଯାଏ ତେବେ ଜମ୍ବେସ୍ଵର ବେହେରା ଓ ତାଙ୍କ ସ୍ତ୍ରୀ ନନ୍ଦିନୀ ବେହେରା ଆତ୍ମାହୁତି ଦେବେ ବୋଲି କହୁଛନ୍ତି ଓ ଅନଶନରେ ବସିଛନ୍ତି । ଏ ବିଷୟରେ ଆଠମଲ୍ଲିକ Sdpoଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love