ସ୍ପାଇସଜେଟର ପରିଚାଳନା ବନ୍ଦ କରିବାକୁ ଦାବି, ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ଦାଖଲ ଏକ ଜନସ୍ୱାର୍ଥ ଯାଚିକାରେ ସ୍ପାଇସଜେଟର ପରିଚାଳନା ଉପରେ ବ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଅପିଲ କରାଯାଇଛି । ନିକଟରେ ଉଡାଣ ବେଳେ କମ୍ପାନିର ବିମାନ ଗୁଡିକରେ ଦେଖାଦେଇଥିବା ତ୍ରୁଟି ପରେ ଏହିପରି ଆବେଦନ କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ସୋମବାର ଏହା ଉପରେ ଶୁଶାଣି କରିବେ।

ଏହା ଉପରେ ଚିନ୍ତା ପ୍ରକାଶ କରି ଯାଚିକାରେ ବିମାନ ଯାତ୍ରାରେ ଅସୁବିଧା ଭୋଗିଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଯାତ୍ରା ଭଡା ଫେରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି । ଯାତ୍ରୀମାନେ ମୃତ୍ୟୁର ଭୟ ଅନୁଭବ କରିଥିଲେ ବୋଲି ଏଥିରେ କୁହାଯାଇଛି ।

ଆଇନଜୀବୀ ରାହୁଲ ଭରଦ୍ୱାଜ ଏବଂ ତାଙ୍କର ଚାରି ବର୍ଷୀୟ ପୁଅ ଯାଚିକା ଦାଖଲ କରି ସ୍ପାଇସଜେଟ ବିମାନ ଚଳାଚଳ ବନ୍ଦ କରିବା ପାଇଁ ଡିଜିସିଏ ଏବଂ ବିଭାଗୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି।

Spread the love