ବଡ଼ମ୍ବା ରେଞ୍ଜରୁ ହାତୀ କଙ୍କାଳ ମିଳିବା ଘଟଣା, ବନ୍ଧାହେଲେ ଆଉ ଜଣେ ଶିକାରୀ

ଆଠଗଡ ୨୦/୦୭: ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ହାତୀ କଙ୍କାଳ ମିଳିବା ଘଟଣା । ଆଉ ଜଣେ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଅଭିଯୁକ୍ତ ଜଣକ କାନପୁର ଥାନା ଜେନାପାଳ ଗାଁରୁ ଗିରଫ କରିଛି ବନ ବିଭାଗର ସ୍ୱତନ୍ତ୍ର ଟିମ୍ ।

ଅଭିଯୁକ୍ତ ଜଣକ ହେଲେ କାନପୁର ଥାନା ଅନ୍ତର୍ଗତ ଜେନପାଳ ଗାଁର ସନ୍ତୋଷ ସାହୁ । ଗତ ଜୁନ୍ ମାସ ୩ ତାରିଖ ଦିନ ଏସଟିଏଫ୍ ଉଦ୍ଧାର କରିଥିବା ଦାନ୍ତ ହାତୀର ଅସ୍ଥି କଙ୍କାଳ ଘଟଣାର ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ ଓ ସୁଦର୍ଶନ ଗୋପୀନାଥ ଯାଦବ ।

Spread the love