ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

କଲମ୍ୱୋ ୨୦/୦୭: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଆଜି ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଶ୍ରୀଲଙ୍କାର ସଂସଦ ୪୪ ବର୍ଷ ପରେ ପ୍ରଥମ ଥର ପାଇଁ ତ୍ରିକୋଣୀୟ ମୁକାବିଲାରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ କରୁଛି । ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମ ସିଂଧେଙ୍କ ବ୍ୟତୀତ ଦୁଲ୍ଲାସ ଅଲହପ୍ପରୁମା ଓ ଅନୁରା କୁମାରା ଦିସାନାୟକେ ରେସରେ ଅଛନ୍ତି । ୨୨ ଆସନ ଥିବା ସଂସଦରେ ଏହି ୩ ଜଣଙ୍କ ମଧ୍ୟରୁ ଜଣକୁ ରାଷ୍ଟ୍ରପତି ଭାବେ ଚୟନ କରାଯିବ । ନିର୍ବାଚନ ପୂର୍ବରୁ ଦୁଲ୍ଲାସ ଅଲହପ୍ପରୁମା, ବିକ୍ରମସିଂଘେଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ନିଜର ପାର୍ଟିର ଅଧିକାଂଶ ନେତାଙ୍କ ବ୍ୟତୀତ ବିରୋଧୀଙ୍କ ମଧ୍ୟ ସମର୍ଥନ ପାଇଥିବା କଥା କୁହାଯାଉଛି । ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଜଦଳ ନେତା ସାଜିଥ ପ୍ରେମଦାସା ତାଙ୍କର ପ୍ରାର୍ଥିୀପତ୍ର ପ୍ରତ୍ୟାହାର କରିଦେଇଛନ୍ତି । ତେବେ ରାଜନୈିକ ବିଶେଷଜ୍ଞଙ୍କ କହିବା ଅନୁସାରେ ୭୩ ବର୍ଷୀୟ ବ୍ରିକମସିଂଘେ ରାଷ୍ଟ୍ରପତି ଦୌଡ଼ର ଆଗରେ ଅଛନ୍ତି ।

Spread the love