ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର ୨୧।୦୭ : ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ବରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଟେଲି ଧାରାବାହିକରେ ଖଳ ନାୟିକା ଭୂମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ ।

Spread the love