‘ନିମନ୍ତ୍ରଣ’ରେ ଘୋଟାଲା: ୬ ମାସରେ ୧୭ ଲକ୍ଷ ଆତ୍ମସାତ, ୨ ଗିରଫ

ଭୁବନେଶ୍ୱର, ୨୧/୭: ହୋଟେଲ ନିମନ୍ତ୍ରଣ’ରେ  ମାତ୍ର ୬ ମାସରେ ୧୭ ଲକ୍ଷ ୫୦ ହଜାର ଚଳୁ ଅଭିଯୋଗରେ ବନ୍ଧାହେଲେ OTDC ମ୍ୟାନେଜର। ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କୁ ଗିରଫ କରିଛି  ପୋଲିସ । ଠିକା କର୍ମଚାରୀ ସୁନୀଲ ଘଡ଼େଇଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟ ବିଗତ ୬ ମାସ ହେଲା ଟଙ୍କା ଡିପୋଜିଟ୍ ନ କରି ଚଳୁ କରିଥିବା ଅଭିଯୋଗ ହୋଇଛି। ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ପଠାଉଥିଲେ ଦୁଇ କର୍ମଚାରୀ । ଅଡିଟ୍ ବେଳେ ଏହା ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ।

Spread the love