ପୁରୀ ଆସିପାରୁନଥିବା ୧୫୦ ଜଣ ବିଧବା ମହିଳାଙ୍କୁ କରାଇଲେ ଜଗନ୍ନାଥ ଦର୍ଶନ

ଜୀବନରେ କେବେବି ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ ୧୫୦ ବିଧବା ମହିଳା।  ସୁନ୍ଦରଗଡ଼ ଜିଲ୍ଲାର ଗରିବ ବିଧବା ମହିଳା ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି କରିଛନ୍ତି ମହାପ୍ରଭୁଙ୍କ ଦର୍ଶନ। ଓଡିଶା ମୋ ପରିବାର ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା।୧୫୦ ଜଣ ମହିଳା ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି।

 

ରାଉରକେଲାର ଜିଲ୍ଲା ସଂଯୋଜକ ଗୁନ ବିହାରୀ ଦାସ ମହିଳା ମାନଙ୍କୁ ଆଣି ପୁରୀରେ ପହଞ୍ଚିଥିବା ବେଳେ ପୁରୀ ଜିଲ୍ଲାର ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସୁଭାଶିଷ ଖୁଣ୍ଟିଆ ସେମାନଙ୍କୁ ସ୍ୱାଗତ କରିବା ସହ ଦର୍ଶନର ବ୍ୟବସ୍ଥା କରାଇଥିଲେ ।ଜୀବନରେ କେବେ ମହାପ୍ରଭୁଙ୍କ ଦର୍ଶନ କରିନଥିବା ଏହି ବିଧବା ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି ।

Spread the love