ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ, ପରଖିଲେ ଛାତ୍ରଛାତ୍ରୀଙ୍କ ଭୁଲ୍‌

ପାଟଣା ୨୩।୦୭ : ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ। କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଥିଲେ ।

ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କର ସାଧାରଣ ଜ୍ଞାନ ପରଖିଥିଲେ ବିଧାୟକ । ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ କିଛି ପିଲା ଭୁଲ୍ ଲେଖିଥିଲେ । ଏପିରିକି ପିଲାଙ୍କର ବ୍ୟାକରଣଗତ ଅଶୁଦ୍ଧିକୁ ଉତ୍ତର ଖାତାରେ ବିଧାୟକ ଠିକ୍ କରୁଥିବା ଦେଖାଯାଇଥିଲା ।

Spread the love