ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ସଂସଦର ଗୃହରେ   ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ଆୟୋଜିତ ଉତ୍ସବରେ ଶପଥ ନେବେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌. ଭି ରମଣା ତାଙ୍କୁ ଶପଥ ପାଠ କରାଇବେ। ସମାରୋହ ପୂର୍ବରୁ ବିଦାୟ ନେବାକୁ ଥିବା ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ସଂସଦରେ ପହଞ୍ଚିବେ। ଏମାନଙ୍କ ସହ ଉପରାଷ୍ଟ୍ରପତି ଓ ରାଜ୍ୟସଭା ସଭାପତି ଏମ୍‌ ଭେଙ୍ଗେୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଲୋକସଭା ଅଧ୍ୟକ୍ଷ ଓମ ବିରଲା, ମନ୍ତ୍ରୀ ପରିଷଦର ସଦସ୍ୟ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରଦୂତ ମିଶନଗୁଡ଼ିକର ପ୍ରମୁଖ, ସଂସଦୀୟ ସଦସ୍ୟ ଓ ସନ୍ୟ ଅଧିକାରୀ ସମାରୋହରେ ଯୋଗ ଦେବେ।

ଇଣ୍ଟର-ସର୍ଭିଶ୍ ଗର୍ଡ ଅଫ୍ ଅନର ଦିଆଯିବ-

ସଂସଦର ସେଣ୍ଟ୍ରାଲ ହଲ୍‌ରେ ଶପଥ ସମାରୋହ ସରିବା ପରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନକୁ ନିଆଯିବ। ଏଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ୍ ଅନର ଦିଆଯିବ। ଏଥିସହିତ ପୂର୍ବତନ ରାଷ୍ଟ୍ରପତିଙ୍କୁ ସିଷ୍ଠାଚାର ସମ୍ମାନିତ କରାଯିବ।୬୪ ବର୍ଷୀୟ ମୁର୍ମୁ ଗତଗୁରୁବାର ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ୬୪ ପ୍ରତିଶତରୁ ଅଧିକ ଭୋଟରେ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ କରିଥିଲେ। ସିହ୍ନାଙ୍କୁ ୩,୮୦,୧୭୭ ଭୋଟ୍ ମିଳିଥିବା ବେଳେ ମୁର୍ମୁଙ୍କୁ ୬,୭୬,୮୦୩ ଭୋଟ ମିଳିଥିଲା ବଜୟୀ ହେବା ପରେ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ହେବେ। ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଥିବା ସେ ଦେଶର ପ୍ରଥମ ରାଷ୍ଟ୍ରପତି ହେବେ। ତା ସହ ପ୍ରଥମ ଆଦିବାସୀ  ମହିଳା ଓ ଦ୍ୱିତୀୟ ମହିଳା ଭାବେ ରାଷ୍ଟ୍ରପତି ପଦ ଅଳଂକୃତ କରିବେ।

Spread the love