ବରିଷ୍ଠ ନେତା ସୁବାସ ନାୟକଙ୍କ ପରଲୋକ

କଳାହାଣ୍ଡି ୨୪।୦୭ : କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ରବିବାର ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବଜାର ପଡ଼ାରେ ସୁବାସ ଚନ୍ଦ୍ର ନାୟକଙ୍କ  ଘର । ସେ ପ୍ରଥମେ ବ୍ରଜମୋହନ ହାଇସ୍କୁଲରେ ପାଠ ପଢୁଥିଲେ । ପରେ ପ୍ରଥମେ ମେଡିକାଲରେ ଚାକିରି କରୁଥିଲେ ଏବଂ ନନ୍ଦିନୀ ଶତପଥିଙ୍କ ଆହ୍ବାନ କ୍ରମେ ଚାକିରୀ ଛାଡି ରାଜନୀତିରେ ଯୋଗଦାନ କରିଥିଲେ ।   ୧୯୪୭ ଅଗଷ୍ଟ ୧୫ସ୍ବାଧୀନତା ଦିବସରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ପରିବାରର ବଡ଼ପୁଅ ଥିଲେ ସୁବାସ । ପିତା ରଘୁନାଥ ନାଏକ , ସୁବାସଙ୍କ  ୪ଭାଇ  ଏବଂ ୨ଭଉଣୀ। ତାଙ୍କ ୨ ପୁଅ , ଜଣେ ଝିଅ । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ । ପରେ ୧୯୯୬ରେ ବିଜେଡ଼ି ପକ୍ଷରୁ କଳାହାଣ୍ଡିର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

Spread the love