ଆଜି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ୫-ଜି ସେକ୍ଟ୍ରମ୍‌ ନିଲାମୀ

ନୂଆଦିଲ୍ଲୀ: ଆଜି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ୫-ଜି ସେକ୍ଟ୍ରମ୍‌ ନିଲାମୀ  ଦୌଡରେ ୪ଟି ନାମୀଦାମୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଜିଓ, ବିଏସ୍‌ଏନ୍‌ଏଲ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ଭଳି କମ୍ପାନୀ ମାନେ ନିଲାମୀ ରେସରେ ରହିଥିବା ଜଣାପଡ଼ିଛି ।  ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ଗୁଡ଼ିକ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି  । ଏହି ୫-ଜି ସେବା ଆରମ୍ଭ ହେଲେ ଏହା ୪-ଜି ତୁଳନାରେ ୧୦ ଗୁଣା ଅଧିକ ଗତିରେ ଚାଲିବ ବୋଲି କୁହାଯାଉଛି ।ଟେଲିକମ୍‌ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍‌ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରି ନିଲାମି ଦୌଡରେ ବହୁ ଆଗରେ ରହିଥିବା ଦେଖିବାକୁ ମିଳିଛି।  ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍‌-ଆଇଡିଆ ୨,୨୦୦କୋଟି  ଓ ଆଦାନୀ ଡାଟା ନେଟଓ୍ୱାର୍କ କେବଳ ୧୦୦କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି।

Spread the love