ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଯାଇଥିଲା ଅଟକି

ବ୍ରହ୍ମଗିରି ୨୮/୦୭: ଯାନ୍ତ୍ରିକ ତୃଟି କାରଣରୁ ଚିଲିକା ମଝିରେ ଅଟକିଥିବା ଯାତ୍ରିବାହୀ ଭସାପୋଲ ପୁଣି ଚାଲିଲା । ଭସାପୋଲରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ୫ଟି ଚାରି ଚକିଆ ଯାନ ଓ ୨୦ ରୁ ଅଧିକ ବାଇକ ମଧ୍ୟ ଥିଲା । ସାତପଡ଼ା ଠାରୁ ଦିନ ୨ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ବାହାରିଥିଲା ଭସାପୋଲ ।

ଯାହା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ମଝି ଚିଲିକାରେ ଫସି ରହିଥିଲା ଯାତ୍ରୀବାହୀ ଭସାପୋଲ । ଖବର ପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ ମାନେ ପହଁଚିଥିଲେ ଭସାପୋଲ ମରାମତି କରିବାକୁ । ମରାମତି କରିବାପରେ ପୁଣିଥରେ ଚାଲିଥିଲା । ଏବେ ଏହା ଜହ୍ନିକଦା ଘାଟରେ ପହଂଚିଛି ।

Spread the love