ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ, ଗୁରୁତ୍ବ ଦେବାକୁ ଦାବି ଉଠାଇଲେ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର ୨୯।୭: ବ୍ୟାଘ୍ର ଦିବସ ଅବସରରେ ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ରାଜ୍ୟରେ ୨୦୦୬ ମସିହାରେ ୧୧୧ ବାଘ ଥିଲେ । ଆଉ ୨୦୧୮ରେ ଏହି ସଂଖ୍ୟା ୨୮ରେ ପହଞ୍ଚିଛି । ସେହିପରି ନନ୍ଦନକାନନରେ ପଶୁପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ ସରକାର ଏହା ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇଲେ ସୁରେଶ କୁମାର ରାଉତରାୟ ।

Spread the love