ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଲେ ଶିବସେନା ସାଂସଦ ସଞ୍ଜୟ ରାଉତ, ଜାଣନ୍ତୁ ଦାବି କଲେ କ’ଣ?

ନୂଆଦିଲ୍ଲୀ ୨୮।୭: ଶିବସେନା ସାଂସଦ ସଞ୍ଜୟ ରାଉତ ଗୁରୁବାର ଲୋକସଭା ବାଚସ୍ପତି ଓମ ବିର୍ଲା ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ରାଉତ ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଲୋକସଭାରେ ୧୨ ଶିବସେନା ସାଂସଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ବାଚସ୍ପତିଙ୍କ ସହ ଆଲୋଚନା ପରେ ସଞ୍ଜୟ ରାଉତ ଗଣମାଧ୍ୟମକୁ ଭେଟିଥିଲେ। ଏଥିରେ ସେ ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିଥିବା କହିଛନ୍ତି।

ଲୋକସଭାରେ ଶିବସେନାର ଏହି ୧୨ ଜଣ ସାଂସଦ ରାହୁଲ ଶିଭାଲେଙ୍କୁ ସେମାନଙ୍କ ନେତା ଘୋଷଣା କରିଥିଲେ। ଏହା ଛଡା ସେମାନେ ଭାବନା ଗବାଲୀଙ୍କୁ ଦଳର ମୁଖ୍ୟ ସଚେତକ ବୋଲି କହିଥିଲେ। ସେମାନଙ୍କ ଦାବି ଅନୁସାରେ ଲୋକସଭା ଅଧ୍ୟକ୍ଷ ସିଭାଲେଙ୍କୁ ଲୋକସଭାରେ ଶିବସେନା ନେତା ରୂପେ ମାନ୍ୟତା ଦେଇଛନ୍ତି।

ଏଥିରେ ଆଉ ଏକ ଖବର ଆସୁଛି ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ସହ ମିଶି ଔରଙ୍ଗାବାଦ  ନଗରନିଗମ (ଏଏମସି) ନିର୍ବାଚନ ଲଢିବେ।  ଖୁବ୍ ଶୀଘ୍ର ଏଏମସି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିପାଇଁ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ଏହି ନିର୍ବାଚନକୁ ବିଜେପି ସହ ମେଣ୍ଟ କରି ସିନ୍ଦେଗୋଷ୍ଠୀ ଲଢିବେ ବୋଲି ଅଣ୍ଟା ଭିଡିଛନ୍ତି।

Spread the love