ଝିଅର ଆଡ଼ମିସନ୍‌ ପାଇଁ ଉଠାଇଥିଲେ ୨ ଲକ୍ଷ ଟଙ୍କା, ପଲସର୍‌ରେ ଆସି ଲୁଟିନେଲେ ଲୁଟେରା

ଭଦ୍ରକ, ୩୦/୦୭: ଝିଅର ଆଡ଼ମିଶନ ପାଇଁ ଟଙ୍କା ଉଠାଇ ଫେରୁଥିଲେ । ବାଟରେ ଝାମ୍ପିନେଲେ ଲୁଟେରା । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବନ୍ତ ଛକ ନିକଟରେ ଲୁଟ ହୋଇଥିବା ନେଇ ଟାଉନ ଥାନାରେ ଏତଲା ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ବେନ୍ତାଳ ଗ୍ରାମର ରତିକାନ୍ତ ମିଶ୍ର ଓ  ତାଙ୍କ ସ୍ତ୍ରୀ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ସ୍ଥିତ ଷ୍ଟେଟ ବ୍ୟାଙ୍କ ମେନ ବ୍ରାଞ୍ଚରୁ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ ।

ଝିଅ ଆଡ଼ମିଶନ ପାଇଁ ଟଙ୍କା ଉଠାଇ ବନ୍ତ ଛକ ନିକଟରେ ଟ୍ୟାକ୍ସ ଓକିଲଙ୍କ ନିକଟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ପଲସର ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଥିବା ଭ୍ୟାନିଟି ବ୍ୟାଗକୁ ଲୁଟିନେଇଛନ୍ତି । ଘଟଣାକୁ ନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

Spread the love