ବଲିଉଡ୍‌ର ୭ ୟଙ୍ଗ ଅଭିନେତ୍ରୀଙ୍କ ନେଟ୍‌ୱର୍ଥ, ଜାଣନ୍ତୁ ଲିଷ୍ଟର ଟପ୍‌ରେ କିଏ ?

ମୁମ୍ବାଇ ୦୧।୦୭: ଗତ କିଛିବର୍ଷ ମଧ୍ୟରେ ବଲିଉଡରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ଚର୍ଚ୍ଚାରେ। କେତେକ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ କେତେକ ତାଙ୍କର ବୃତ୍ତିଗତ ଜୀବନ ଯୋଗୁଁ ଆଲୋଚନାର ବିଷୟ ପାଲଟି ଯାଏ। କେହି କେହି ସେମାନଙ୍କ ଅଭିନୟ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ କେହି କେହି ପ୍ରଶଂସକମାନଙ୍କୁ ସେମାନଙ୍କର ବୋଲ୍ଡ ଷ୍ଟାଇଲରେ ମତୁଆଲା କରିଥାନ୍ତି। ଏବେ ନୂଆ ନୂଆ ଅଭିନେତ୍ରୀମାନେ ବଲିଉଡରେ ନଜର ଆସିଛନ୍ତି । ଏହି ରିପୋର୍ଟରେ ଆମେ ଆପଣଙ୍କୁ ୭ ଜଣ ବଲିଉଡ ଅଭିନେତ୍ରୀଙ୍କ ନିଟ୍ ମୂଲ୍ୟ ବିଷୟରେ କହିବାକୁ ଯାଉଛୁ…

କିଆରା ଆଡଭାନି: କିଆରା କେବଳ କିଲର ସ୍ମାଇଲ୍‌ ପାଇଁ ହିଁ ନୁହେଁ ବରଂ ତାଙ୍କର ଉତ୍କୃଷ୍ଟ ଦକ୍ଷ ଅଭିନୟ ପାଇଁ ମଧ୍ୟ ଜଣାଶୁଣା । କିଆରା ତାଙ୍କ କ୍ୟାରିୟରରେ ଅନେକ ସୁନ୍ଦର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ସାଉଥ ଫିଲ୍ମ ସହିତ ହିନ୍ଦୀରେ ମଧ୍ୟ କାମ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ କିଆରା ଆଡଭାନୀଙ୍କ ସମ୍ପତ୍ତି ମୂଲ୍ୟ ୩.୮ ମିଲିୟନ ଡ଼ଲାର ଅଟେ।

ସାରା ଅଲି ଖାନ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ । ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଯିଏ ତାଙ୍କ ଚୁଲବୁଲି ପାଇଁ ଦର୍ଶଙ୍କ ହୃଦୟ ଜିତନ୍ତି । ସାରା ଫିଲ୍ମ କ୍ୟାରିୟର ଗ୍ରାଫ ଧୀରେ ଧୀରେ ଶୀର୍ଷକୁ ଛୁଉଁଛି। ରିପୋର୍ଟ ଅନୁଯାୟୀ ସାରା ଅଲି ଖାନଙ୍କ ସମ୍ପତ୍ତି ମୂଲ୍ୟ ୪ ମିଲିୟନ୍ ଡଲାର ଅଟେ। ସାରା ଅଲି ଖାନଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଜାହ୍ନବୀ କପୁର: ଜାହ୍ନବୀ କପୁରଙ୍କ ଫିଲ୍ମ ଗୁଡ୍ ଲକ୍‌ ଜେରୀ କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି। ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଜାନଭୀ କପୁର ତାଙ୍କ ବୋଲ୍ଡ ଷ୍ଟାଇଲ୍ ବିଷୟରେ ପ୍ରାୟତ କେନ୍ଦ୍ରବିନ୍ଦୁ ପାଲଟନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଜାହ୍ନବୀ କପୁରଙ୍କ ନିଟ୍ ମୂଲ୍ୟ ହେଉଛି ୮ ମିଲିୟନ୍ ଡଲାର୍ ।

ଅନନ୍ୟା ପାଣ୍ଡେ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଖୁବ୍ ଶୀଘ୍ର ବିଜୟ ଦେବରାକୋଣ୍ଡାଙ୍କ ସହ ଲାଇଗର୍ ଫିଲ୍ମରେ ନଜର ଆସିବେ। ଅନନ୍ୟା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଏବଂ ଅନେକ ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ୍‌ ହୁଏ। କୁହାଯାଉଛି କି  ଅନନ୍ୟା ପାଣ୍ଡେଙ୍କ ସମ୍ପତ୍ତି ମୂଲ୍ୟ ୪ ମିଲିୟନ୍ ଡଲାର ଅଟେ।

ତାର ସୁତାରିଆ: ବଲିଉଡ ଅଭିନେତ୍ରୀ ତାରା ସୁତାରିଆ ଫିଲ୍ମ ଏକ ଭିଲେନ ରିଟର୍ନସକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏକ ରିପୋର୍ଟ ଅନୁଯାୟୀ, ତାରାଙ୍କ ସମ୍ପତ୍ତି ୨ମିଲିୟନ୍ ଡଲାର ଅଟେ। କହିବାକୁ ଗଲେ ତାଙ୍କ ସିନେମାଟିକ୍ କ୍ୟାରିଅର୍ ସେତେ ହିଟ୍‌ ନାହିଁ।

ଆଲିଆ ଭଟ୍ଟ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ଫିଲ୍ମ ଡାର୍ଲିଙ୍ଗ ଏବଂ ବ୍ରହ୍ମାସ୍ତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ ସବୁଠାରୁ ବଡ କଥା ହେଲା ତାଙ୍କ ପ୍ରେଗନେନ୍ସି । ମିଡିଆ ରିପୋର୍ଟ ଅନୁଯାୟୀ ଆଲିଆ ଭଟ୍ଟଙ୍କ ସମ୍ପତ୍ତି ୨୧ମିଲିୟନ୍ ଡଲାର। ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ତାଲିକା ମଧ୍ୟ ଖୁବ୍‌ ଲମ୍ବା ଅଛି।

Spread the love