ଶିଳ୍ପପତି ମହିମା ମିଶ୍ରଙ୍କ OSLରେ ସିବିଆଇ ଚଢାଉ ଘଟଣା, ୪ ଗିରଫ

ଶିଳ୍ପପତି ମହିମା ମିଶ୍ରଙ୍କ OSLରେ ସିବିଆଇ ଚଢାଉ ଘଟଣାରେ ୪ ଗିରଫ। ପାରାଦୀପ ପୋର୍ଟ ଟ୍ରଷ୍ଟର ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କ ସହ ଅନ୍ୟ ୩ଜଣଙ୍କୁ ଗିରଫ କରିଛି ସିବିଆଇ। ଗତ ୨ଦିନ ଧରି ପାରାଦୀପ, କଟକ, ଭୁବନେଶ୍ୱର ସମେତ ୧୫ଟି ସ୍ଥାନରେ ଚଢଉ କରିଥିଲା ସିବିଆଇ। ଏକ ଲାଞ୍ଚ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଏହା ସହ ଚଢଉ ସମୟରେ ୮୪ ଲକ୍ଷ ୫୦ହଜାର ଟଙ୍କା ଜବତ ହୋଇଛି। ସରୋଜ ଦାସ ନିଜ ସହଯୋଗୀଙ୍କ ସହ ବନ୍ଦରର ବିଭିନ୍ନ ପରିଚାଳନା କ୍ଷେତ୍ରରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଏହା ଦ୍ୱାରା ବନ୍ଦରରେ ନିୟୋଜିତ କିଛି ଘରୋଇ ସଂସ୍ଥା ଓ ବ୍ୟକ୍ତି ବିଶେଷ ବହୁ ମାତ୍ରାରେ ଲାଭବାନ ହେଉଥିଲେ। ଗିରଫମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି କୁହାଯାଇଛି। ଗତକାଲି ଓଡିଶା ଷ୍ଟିଭେଡର୍ସ ଲିମିଟେଡ ସହ କିଛି ସ୍ଥାନରେ ଚଢଉ କରିଥିଲା ସିବିଆଇ। ଆଜି ସକାଳେ ସିବିଆଇ ଅଫିସରେ ହାଜର ହୋଇଥିଲେ ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ର। ପାରାଦୀପ ପୋର୍ଟର CME ସରୋଜ ଦାସଙ୍କ ସହ ଚନ୍ଦନଙ୍କ ମୁହାଁମୁହିଁ ଜେରା ହୋଇଥିଲା। ଗତକାଲି ମହିମା ମିଶ୍ର, ପୁଅ ଚନ୍ଦନଙ୍କୁ ଜେରା କରିଥିଲା ସିବିଆଇ।.

Spread the love