ଝାଡଖଣ୍ଡର ୧୮୦୦ ସ୍କୁଲରେ ଶୁକ୍ରବାର ହେଉଛି ଛୁଟି, ବଢୁଛି ଇଲସାମୀକରଣ; ସଂସଦରେ ବିଜେପି ସାଂସଦଙ୍କ ଦାବି

ନୂଆଦିଲ୍ଲୀ : ଝାଡଖଣ୍ଡର ୧୮୦୦ ସ୍କୁଲରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ଦିଆଯାଉଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଶୁକ୍ରବାର ଲୋକସଭାରେ ଏହା ଦାବି କରିଛନ୍ତି । ଏହାସହ ସେ କହିଛନ୍ତି, ଏହି ଘଟଣା ପ୍ରମାଣିତ କରୁଛି ଯେ, ଦେଶ ଇସଲାମୀକରଣ ଦିଗରେ ଆଗକୁ ବଢୁଛି ।

ବିଜେପି ସାଂସଦ ସଂସଦର ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗ ଉଠାଇ ଏହାର ଏନଆଇଏ ତଦନ୍ତ ଦାବି କରିଛନ୍ତି । ଏହାଦ୍ୱାରା ଦେଶରେ ଏକ କଡା ସନ୍ଦେଶ ପହଞ୍ଚିବ ବୋଲି ସେ କହିଛନ୍ତି । ଦୁବେ କହିଛନ୍ତି, ‘ମୁଁ ଝାଡଖଣ୍ଡ ରାଜ୍ୟର ହେଉଥିବା ଇସଲାମୀକରଣ ପ୍ରତି ଧ୍ୟାନ ଆକର୍ଷଣ କରୁଛି । ରାଜ୍ୟର କିଛି ଜିଲ୍ଲାରେ ଜନସଂଖ୍ୟାର ସନ୍ତୁଳନ ବଦଳି ଯାଇଛି । ନିକଟରେ ବାଂଲାଦେଶ ଅଛି ଏବଂ ଏଥିପାଇଁ ଏପରି ହେଉଛି’ ।

ବିଜେପି ସାଂସଦଙ୍କ ଅନୁସାରେ, ‘ହାଠତ ଦେଖିବାକୁ ମୁଳୁଛି ଯେ, ଝାଡଖଣ୍ଡରେ ୧୮୦୦ ଏପରି ସ୍କୁଲ ଅଛି ଯେଉଁମାନେ ନିଜ ନାଁରେ ଉର୍ଦ୍ଦୁ ଶବ୍ଦ ଲଗାଇଛନ୍ତି । ଏହି ସ୍କୁଲରେ ରବିବାର ପରିବର୍ତ୍ତେ ଶୁକ୍ରବାର ଛୁଟି ହେଉଛି’। ବିଜେପି ସାଂସଦ କହିଛନ୍ତି, ‘ଦେଶ ଇସଲାମୀକରଣ ଦିଗରେ ଆଗକୁ ବଢୁଛି । ଝାଡଖଣ୍ଡ ଏହାକୁ ରାସ୍ତା ଦେଖାଉଛି । ଏଥିପାଇଁ ଏନଆଇଏ ତଦନ୍ତର ଆବଶ୍ୟକତା ରହିଛି । କୌଣସି ମୂଲ୍ୟରେ ଏହାକୁ ବରଦାସ୍ତ କରାଯିବ ନାହିଁ’।

Spread the love