କାଲି ରାତି ୧୦ଟାରେ ଭୁବନେଶ୍ୱର ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ରାତି ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ୮ତାରିଖ ସକାଳେ ଲିଙ୍ଗରାଜ ମନ୍ଦିରରରେ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହା ପରେ କଟକ ଗସ୍ତ କରି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।ପୂର୍ବାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସ୍ଥାପିତ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେବେ ଅମିତ ଶାହା। ପରେ ଭୁବନେଶ୍ୱର ଫେରି ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍‌ଣ ୪ଟାରେ ମେ ଫେୟାର ହୋଟେଲରେ ମୋଦି @20 ବୁକ୍‌ ରିଡିଂ କାର୍ଯ୍ୟକ୍ରମରେ ସାମିଲ ହେବେ। ସଂଧ୍ୟା ସାଢେ ୬ଟାରେ ଭୁବନେଶ୍ୱର ଛାଡ଼ି ଦିଲ୍ଲୀ ଫେରିଯିବେ।

Spread the love