ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଭକ୍ତ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ ୦୬/୦୮: ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସରେ ଆଜି ପରିଚାଳନା କମିଟି ବୈଠକ ପୂର୍ବରୁ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଭକ୍ତ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରବଳ ବର୍ଷା ସତ୍ବେ ବୈଠକରେ ଯୋଗଦେବାକୁ ଆସିଥିବା ଫାଟକ ଆଗରେ ସମସ୍ତ ଅଧିକାରୀଙ୍କୁ ଅଟକାଇ ମଞ୍ଚ ପକ୍ଷରୁ ଦାବୀ ପତ୍ର ଦିଆଯାଇଛି। ପୁରୀ ସହର ଓ ସଦର ଅଞ୍ଚଳର ୮୦ ହଜାର ଲୋକଙ୍କ ଜମିଜମା ସମସ୍ୟା ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସେଠାରେ ଗଜପତି ଦିବ୍ୟସିଂହ ଦେବ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଅଟକାଇ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ୨୦୦୩ ପଲିସି ଲାଗୁ କରିବାକୁ ମଞ୍ଚ ଦାବୀ କରିଛି। ନିକଟ ଅତୀତରେରେ ଶ୍ରୀମନ୍ଦିର ଆଇନ ୧୯୫୪ରେ ସଂଶୋଧନ କରାଯାଇ ଆସିଥିବା ଅଧ୍ୟାଦେଶ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି। ଆଇନ ବିଭାଗ ପକ୍ଷରୁ ଏନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ୟୁନିଫର୍ମ ପଲିସି ସଂଶୋଧିତ ହୋଇନଥିବାରୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Spread the love