ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ, ସହିଦ ସପ୍ତାହ ବେଳେ ଠୁଳ କରିଥିଲେ ନକ୍ସଲ

ମାଲକାନଗିରି, ୦୬/୦୮: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ । ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀର ମିଳିତ କମ୍ୱିଂ ଅପରେସନ ବେଳେ ଠାବ ହେଲା ଏହି ସବୁ ମାଓ ସାମଗ୍ରୀ । ସହିଦ ସପ୍ତାହ ବେଳେ ନକ୍ସଲମାନେ ସ୍ବାଭିମାନ ଅଞ୍ଚଳରେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ । ଜବତ ମାଓ ସାମଗ୍ରୀ ମଧ୍ୟରେ ଦୁଇଟି ବନ୍ଧୁକ, କିଛି ଡିଟୋନିଟର ଓ ଲ୍ୟଣ୍ଡମାଇନ ତିଆରି କରିବା ସାମଗ୍ରୀ ରହିଥିବା ଜଣାପଡ଼ିଛି । ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ସେଠାରେ କମ୍ୱିଂ ଅପରେସନ ଜୋରଦାର କରାଯାଇଛି ବୋଲି ମାଲକାନଗିରି ଏସ୍‌ପି କହିଛନ୍ତି ।

Spread the love