ଅସରାଏ ବର୍ଷାରେ ବୁଡିଲା ସ୍ମାର୍ଟସିଟି, ତଳିଆ ଅଞ୍ଚଳରେ ପଶିଲା ପାଣି

ଭୁବନେଶ୍ୱର ୦୬/୦୮: ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ବର୍ଷା । ଆଗକୁ ଆହୁରି ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଭୁବନେଶ୍ୱର ସମିତ କଟକ, ପୁରୀ, ନୟାଗଡ଼ ବାଲେଶ୍ଵର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଗଞ୍ଜାମ ଗଜପତି,କନ୍ଧମାଳ, ରାୟଗଡ଼ା,ବୌଦ୍ଧ ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଦେଖାଦେଇଛି ।

ଏନେଇ ପାଣିପାଗ ବିଭାଗ ପକ୍ଷରୁ orange warning ଜାରି କରାଯାଇଛି । ତେବେ ଏହି ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ଜନଜୀବନ । ବିଶେଷ କରି ବିଭିନ୍ନ ତଳିଆ ଅଞ୍ଚଳରେ ଜମିଛି ପାଣି । ଭୁବନେଶ୍ୱରର ଅଧିକାଂଶ ତଳିଆ ଅଞ୍ଚଳ, ସହ ଇସ୍କନ, ଆଚାର୍ଯ୍ୟବିହାର ଅଞ୍ଚଳରେ ପସିଛି ପାଣି।

Spread the love