କଟକରେ ଅପମିଶ୍ରିତ ଛେନା ବିକ୍ରି ଅଭିଯୋଗ, ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଚଢଉ

କଟକ: ନିଆଳି ଛେନାର ମାନକୁ ନେଇ ସନ୍ଦେହ । ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରୁ କଟକକୁ ଆସୁଥିବା ଛେନାର ମାନକୁ ନେଇ ଅଭିଯୋଗ ହେବା ପରେ ସିଏମସି ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢଉ କରାଯାଇଛି । କଟକ ଲିଙ୍କରୋଡ ନିକଟରେ ଥିବା ଛେନା ବ୍ୟବସାୟ କେନ୍ଦ୍ରରେ ଚଢଉ କରାଯାଇ ନମୂନା ସଂଗ୍ରହ କରାଯାଇଛି ।

ଦୈନିକ ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରୁ କଟକ ସହରକୁ ପ୍ରାୟ ଶହେ କ୍ବିଣ୍ଟାଲ ଛେନା ଆସିଥାଏ । ଏହି ଛେନା ସହର ଓ ଜିଲ୍ଲାର ବିଭିନ୍ନ ମିଠା ଦୋକାନକୁ ଯାଇଥାଏ । ଏହାଛଡା ଢେଙ୍କାନାଳ ଓ ଅନୁଗୁଳ ଭଳି ଜିଲ୍ଲାକୁ ମଧ୍ୟ ଏହି ଛେନା ଯାଇଥାଏ। ଛେନାର  ଯେଉଁ ନମୂନା ସଂଗ୍ରହ କରଯାଇଛି ସେଗୁଡିକୁ ଭୁବନେଶ୍ବର ସ୍ଥିତ ଲ୍ୟାବକୁ ପଠାଯିବ ଓ ରିପୋର୍ଟ ଆସିବା ପରେ ମାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ସିଏମସି ଅଧିକାରୀ କହିଛନ୍ତି  ।

ଅନ୍ୟପଟେ ଛେନାରେ କୌଣସି ଅପମିଶ୍ରଣ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି । ଦୀର୍ଘ ୩୦ ବର୍ଷର ବ୍ୟବସାୟ ମଧ୍ୟରେ କେବେ ବି ନିମ୍ନମାନର ଛେନା ବଜାରକୁ ବିକ୍ରି କରାଯାଇ ନାହିଁ ବୋଲି ବ୍ୟବସାୟୀମାନେ ଦୃଢତାର ସହ କହିଛନ୍ତି। ଲ୍ୟାବରେ ଟେଷ୍ଟ କରାଯିବା ପଦକ୍ଷେପକୁ ବ୍ୟବସାୟୀମାନେ ସ୍ବାଗତ କରିଛନ୍ତି।

Spread the love