ଦଶରଥପୁର ଅଞ୍ଚଳ ପରିଦର୍ଶନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର ଟାଉନ: ଗତକାଲି ଠାରୁ ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ପ୍ରଭାବିତ ହୋଇଛି। ବିଶେଷକରି ଦଶରଥପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି। କଣ୍ଟାପଡାଠାରେ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଚଳିତ ବର୍ଷ ମରାମତି ହୋଇନଥିବାରୁ ସେହି ଘାଇ ବାଟେ ବନ୍ୟା ଜଳ ଯାଇ ବ୍ୟାପକ ଚାଷ ଜମି ଜଳ ମଗ୍ନ ହୋଇଛି। ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ସେହିପରି ଯାଜପୁର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। କେତେକ ସ୍ଥାନରେ ଲୋକେ ଉଚ୍ଚ ସ୍ଥାନକୁ ଉଠି ଆସିଛନ୍ତି। ସେପଟେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ଓ ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Spread the love