ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଯାଜପୁର: ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡିଶା ଶିଳ୍ପୀ ମହାସଂଘ ର ସମ୍ପାଦକ ପ୍ରିୟ ରଞ୍ଜନ କରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମବିଭୁଷଣ ସୁଦର୍ଶନ ସାହୁ ଯୋଗଦେଇଥିଲେ। ସ୍ଥାନୀୟ ଜନ ପ୍ରତିନିଧି ଙ୍କ ସହ ସମସ୍ତ କାରିଗର ଉପସ୍ଥିତ ରହିଥିଲେ।

 ବିଭିନ୍ନ ପ୍ରାକୃତିକ ବିପର୍ଯୟ ସମୟରେ କାରିଗରମାନେ ବହୁସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲାର ମୋଟ ୭୫ ଜଣ କାରିଗରଙ୍କୁ ଆର୍ଥିକ ସହାୟତା ସହ ରାସନ କିଟ ପ୍ରଦାନ କରାଯାଇଛି। କାରିଗରମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଦେବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି କହିଛନ୍ତି। କାରିଗର ମାନେ ଆର୍ଥିକ ସହାୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love