ସାରଥୀ ଆଶ୍ରମରେ ଧୁମଧାମରେ ପାଳିତ ହୋଲା ଜନ୍ମାଷ୍ଟମୀ

ପୁଣି ଚର୍ଚ୍ଚାରେ ସାରଥୀଙ୍କ ବାରିମୂଳ ଆଶ୍ରମ। ଆଶ୍ରମରେ ଧୁୁମଧାମରେ ପାଳିତ ହୋଇଛି ଜନ୍ମାଷ୍ଟମୀ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଠାରେ ଥିବା ସାରଥୀଙ୍କ ଆଶ୍ରମରେ ତାଙ୍କର କିଛି ଅନୁଗତ ଜନ୍ମାଷ୍ଟମୀରେ ସାରଥୀଙ୍କ ପୂଜା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ଚର୍ଚ୍ଚା ଆରମ୍ଭ। ଆଶ୍ରମ ବନ୍ଦ ଥିବା ବେଳେ କେମିତି ଭିତରକୁ ଗଲେ, ଯିବାକୁ ଅନୁମତି ଦେଲା କିଏ ତାକୁ ନେଇ ପ୍ରଶ୍ନ ଉଠିଛି। ବିବାଦୀୟ ସନ୍ତୋଷ ରାଉଳ ଓରଫ ସାରଥୀ ୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିଲା। ପରେ ୨୦୧୯ ଜୁଲାଇ ୨୫ତାରିଖରେ ଜାମିନ ମିଳିବା ପରେ ଜେଲରୁ ବାହାରିଥିଲା।

Spread the love