ମଧୁମେହ ନେଇ କଟକରେ ସେମିନାର, ଯୋଗଦେଲେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସକ

କଟକ ୨୦।୮: ପରିବର୍ତ୍ତିତ ଜଳବାୟୁ ଏବଂ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି । ତା ଭିତରୁ ଗମ୍ଭୀର ରୂପ ଧାରଣ କରିଛି ମଧୁମେହ ବା ଡାଇବେଟିସ୍ । ତେଣୁ ମଧୁମେହ ନିରାକରଣ ନିମିତ୍ତ କଣ କରିହେବ, କେଉଁ ଅତ୍ୟାଧୁନିକ ପଦ୍ଧତିରେ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ହେବ, ତା ଉପରେ ଚର୍ଚ୍ଚା କରିବାକୁ ଶନିବାର କଟକରେ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ସେମିନାର । ଯେଉଁଥିରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସକମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ‘ରିସର୍ଚ୍ଚ ସୋସାଇଟି ଫର୍ ଦି ଷ୍ଟଡି ଅଫ ଡାଇବେଟିସ୍ ଇନ୍ ଇଣ୍ଡିଆ’ ଅନୁଷ୍ଠାନ ପକ୍ଷରୁ ଏହି ସେମିନାର ଆୟୋଜନ କରାଯାଇଛି । ଏହା ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ।

Spread the love