ବ୍ଲକ୍‌ବଷ୍ଟର ହେଲା ଧନୁଷଙ୍କ ଫିଲ୍ମ ‘ଥିରୁଚିତ୍ରାମ୍ବଲମ୍’, ୨ ଦିନରେ କଲା ୩୮ କୋଟି କଲେକସନ୍‌

ମୁମ୍ଵାଇ ୨୨।୦୮: ୨୦୨୨ ବଲିଉଡ୍‌ ପାଇଁ ସେତେ ଭଲ ନଥିବାବେଳେ ସାଉଥ୍‌ ଫିଲ୍ମ ପାଇଁ ବହୁତ ରହିଛି। ସାଉଥ ଫିଲ୍ମ ପାଇଁ ଏହି ବର୍ଷ ବ୍ଲକବଷ୍ଟର ହିଟ୍‌ ପ୍ରମାଣ କରୁଛି । ଲାଲ ସିଂ ଚଢା, ରକ୍ଷାବନ୍ଧନ ବକ୍ସ ଅଫିସ୍‌ରେ ସେତେ ଚାଲି ପାରିଲା ନାହିଁ । କିନ୍ତୁ ଏବେ ସାଉଥ୍ ଷ୍ଟାର୍ ଧନୁଷଙ୍କ ଫିଲ୍ମ ‘ଥିରୁଚିତ୍ରାମ୍ବଲମ୍’ର ବକ୍ସ ଅଫିସ୍ କଲେକ୍ସନ୍ ଆଶ୍ଚର୍ଯ୍ୟ କରିଛି। ଚଳଚ୍ଚିତ୍ରଟି ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ୩୮କୋଟି ଟଙ୍କା ରୋଜଗାର କରିଛି ।

ଗ୍ଲୋବାଲ୍ ଆଇକନ୍ ଷ୍ଟାର ଧନୁଷଙ୍କ ନିକଟରେ ରିଲିଜ୍ ହୋଇଥିବା ‘ଥିରୁଚିତ୍ରାମ୍ବଲମ୍’ ସମଗ୍ର ବିଶ୍ୱରେ ଦର୍ଶକଙ୍କ ହୃଦୟ ଜିତିଛି। ଖବର ଅନୁଯାୟୀ, ଏହା ଦ୍ୱିତୀୟ ଦିନରେ ୱାର୍ଲୱାଇଡ୍‌ ବକ୍ସ ଅଫିସରେ ମୋଟ ୩୮ କୋଟି ଟଙ୍କା କଲେକସନ୍‌ କରିଛି। ବଲିଉଡର ପୂର୍ବ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଗୁଡ଼ିକ ବକ୍ସ ଅଫିସରେ ସେମାନଙ୍କ ବଜେଟ୍ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଧନୁଷଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ଧମାଲ କରୁଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି  ୬୦୦ରୁ ଅଧିକ ହଲ୍‌ରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରର ପାରିବାରିକ ଡ୍ରାମା ଉପରେ ଆଧାରିତ । ରିଲିଜ୍‌ ପୂର୍ବରୁ ଫିଲ୍ମଟି ଆଗୁଆ ବୁକିଂ ହୋଇଥିଲା । ସିନେମା ବିଶେଷଜ୍ଞମାନେ ଏହି ଚଳଚ୍ଚିତ୍ର ଧନୁଷଙ୍କ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି କହିଛନ୍ତି।

Spread the love