ଭାରତର ବଡ ବଡ ନେତାଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଥିବା IS ଆତଙ୍କବାଦୀକୁ ଧରିଲା ଋଷ

ମସ୍କୋ: ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆତଙ୍କବାଦୀକୁ ଧରିଲା ଋଷ। ଏହି ଆତଙ୍କବାଦୀ ଇସ୍ଲାମିକ୍‌ ଷ୍ଟେଟ୍‌(IS) ସହ ଜଡିତ। ଧରାପଡ଼ିବା ପରେ ଏକ ଭିଡିଓ ରେକର୍ଡିଂରେ ସେ ଭାରତ ଉପରେ ଆକ୍ରମଣ କରୁଥିବା ଯୋଜନା କରୁଥିଲା ବୋଲି ମାନିଛି। ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍(ଏଫ୍‌ଏସ୍‌ବି) ଏନେଇ ଋଷ ସମାଚାର ଏଜେନ୍ସି ସ୍ପୁତନିକକୁ ସୂଚନା ଦେଇଛି। ଧରାପଡ଼ିଥିବା ଆତଙ୍କବାଦୀ ଜଣକ ଶାସନ କଳରେ ଥିବା ଭାରତର ବଡ଼ ବଡ଼ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ଜଣାପଡ଼ିଛି। ଏଫ୍‌ଏସ୍‌ଏବିର ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଗିରଫ ହୋଇଥିବା ସୁଇସାଇଡ ବମ୍ବର(ନିଜ ଦେହରେ ବୋମା ଲଗାଇ ଉଡ଼ାଉଥିବା ଆତଙ୍କବାଦୀ) ଜଣଙ୍କ ମଧ୍ୟ ଏସିଆ ଦେଶର ମୁଳ ନିବାସୀ। ସେ ଭାରତୀୟ ନେତାଙ୍କୁ ଟାର୍ଗେଟ୍‌ କରି ନିଜ ଦେହରେ ବୋମା ଖଞ୍ଜି ନିଜକୁ ଉଡ଼ାଇ ଦେବାକୁ ଯୋଜନା କରିଥିଲେ। ଏହି ଆତଙ୍କବାଦୀ IS ନେତାମାନେ ତୁର୍କିରେ ନିଜ ସଂଗଠନରେ ନିଯୁକ୍ତି ଦେଇଥିଲେ।” ସୂଚନା ଥାଉକି, ଇସ୍ଲାମିକ ଷ୍ଟେଟ୍ ଓ ତା ସହ ସମ୍ପର୍କିତ ସମସ୍ତ ଶାଖାମାନଙ୍କୁ ଆତଙ୍କବାଦୀ ସଂଗଠନ ବୋଲି ଚିହ୍ନଟ କରାଯାଉଛି। ତେଣୁ ସରକାର ଏନେଇ ସବୁବେଳେ ସତର୍କ ରହୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲରୁ ଜୁନ ମାସରେ ତୁର୍କିରେ ଜଣେ ଆଇଏସ୍ ନେତା ଏହି ଆତଙ୍କବାଦୀକୁ ସୁସାଇଡ୍ ବମ୍ବର ଭାବରେ ନିଯୁକ୍ତି ଦେଇଥିଲେ। ଇସ୍ତାନାମବୁଲ୍‌ରେ ମିଟିଂ ଓ ଟେଲିଗ୍ରାମ୍‌ରେ ଏହି ଆତଙ୍କାବାଦୀଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା। ଧରାପଡ଼ିଥିବା ଆତଙ୍କବାଦୀ କହିଛି “ ୨୦୨୨ରେ ମୁଁ ଭାରତକୁ ଯିବା ପାଇଁ ଋଷ ଆସିଲିଥିଲି। ଭାରତରେ ପହଞ୍ଚିବା ପରେ ସେମାନେ ମୋତେ ଆକ୍ରମଣ ପାଇଁ ସମସ୍ତ ଜିନିଷ ଯୋଗାଇ ଦେଇଥାନ୍ତେ। ଫଳରେ ପ୍ରଫେଟ ମହମ୍ମଦଙ୍କୁ କରାଯାଇଥିବା ଅପମାନର ପ୍ରତିଶୋଧ ମୁଁ ନେଇପାରି ଥାନ୍ତି। ”

Spread the love