ବେବିନାକୁ ନ୍ୟାୟ ପ୍ରଦାନ ପାଇଁ 21ରେ ଚୁଡିନେଇ ନବୀନ ନିବାସ ଘେରିବ ବିଜେପି ମହିଳା ମୋର୍ଚ୍ଚା

ବେବିନାକୁ ନ୍ୟାୟ ମିଳିବ କେବେ ?  ଏ ତମାମ ପ୍ରସଙ୍ଗ ଭିତରେ  ଛନ୍ଦି ହୋଇଯାଇଛନ୍ତି ରାଜ୍ୟ ସରକାର । ବେବିନାକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିନବ ଉପାୟ ଆପଣେଇଛି ବିଜେପି ମହିଳା ମୋର୍ଚ୍ଚା।  ଏନେଇ  ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରୁ ଚୁଡି ସଂଗ୍ରହ କରାଯାଉଛି।   ସଂଗୃହିତ ସମସ୍ତ ଚୁଡିନେଇ 21ରେ ନବୀନ ନିବାସ ଘେରିବ ବୋଲି ଅନୁଗୁଳ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପିଙ୍କି ପ୍ରଧାନ।

ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଭାଗିରଥି ପ୍ରଧାନ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି, 2011 ମସିହା  ନଭେମ୍ବର 29 ତାରିଖରେ ପିପିଲି ଗଣଦୁଷ୍କର୍ମ ର ଶିକାର ହୋଇଥିଲା ବେବିନା। ଦୁଷ୍କର୍ମ ହେବାର ଠିକ 8 ମାସ ପରେ ଆଖିବୁଜିଲା ଦୁଷ୍କର୍ମ ପୀଡିତା ବେବିନା। ବେବିନା ଆଖି ବୁଜିବାର 7 ବର୍ଷ ବିତିଯାଇଥିଲେ ମଧ୍ୟ ବେବିନା କୁ ନ୍ୟାୟ ମିଳିପାରିଲା ନାହିଁ। 7ବର୍ଷ ପରେ ତା ତଥ୍ୟ କୁ ନଷ୍ଟ କରିଦିଆଯାଇଥିବା ଅଭିଯୋଗ ଉଠାଇଛି ବିଜେପି।

 ବିଜେଡି ସରକାର କେବଳ କୃଷି ମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ଚୁପ ହୋଇବସୀପଡିଥିବା ଅଭିଯୋଗ ଉଠାଇଛି ବିଜେପି ମହିଳାମୋର୍ଚା। ବେବିନାର କେଶକୁ CBI କୁ ଦାୟିତ୍ୱ ଦିଆଯିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ 14 ତାରିଖରୁ 17 ତାରିଖ ମଧ୍ୟରେ ବିଜେପି ମହିଳା ମୋର୍ଚାର ବାଲୁକା ଶିଳ୍ପ ପ୍ରଦର୍ଶନ କରିବେ । 17ତାରିଖରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ସଂଗୃହିତ ହୋଇଥିବା ଚୁଡି କୁ ନବୀନ ନିବାସ ପଠାଇବେ।18 ତାରିଖରେ ପ୍ରତ୍ୟେକ ବିଧାୟକ ଙ୍କ ଘର ସାମନାରେ ଚୁଡି ବାନ୍ଧି ଅଭିନବ ଉପାୟରେ  ବିକ୍ଷୋଭ କରିବେ । 21 ତାରିଖରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ସଂଗୃହିତ ହୋଇଥିବା ଚୁଡି ସବୁ କୁ ନେଇ ନବୀନ ନିବାସ ଘେରିବ ବିଜେପି ମହିଳା ମୋର୍ଚ୍ଚା ।

Spread the love