ଘରୋଇ ଫେସ ମାକ୍ସର ଚମତ୍କାରିତା

ଆଜିକାଲିର କର୍ମମୟ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ,ଧୂଳିମାଟି ଆଦି ତ୍ୱଚା ପାଇଁ ଖୁବ କ୍ଷତିକାରକ। ଏହାସହ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀର ପ୍ରଭାବ ଫଳରେ ତ୍ୱଚା କଳା ପଡିଥାଏ। ଏହାସହ ମୁହଁରେ ଥିବା ଦାଗ ଓ କୁଞ୍ଚନ ସମସ୍ୟା ମଧ୍ୟ ଅନେକ ସମୟରେ ମୁଣ୍ଡ ବିନ୍ଧାର କାରଣ  ହୋଇଥାଏ।  ଏସବୁ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବା ପାଇଁ କିଛି ସହଜ ଓ ଘରୋଇ ଉପାୟ ରହିଛି। ଆସନ୍ତୁ ଜାଣିବା –

ଏକ ପାତ୍ରରେ ୨ ଚାମଚ ମୁଲତାନୀ ମାଟି,ଅଳ୍ପ ମହୁ, ୨ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ପରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ।

ଅଳ୍ପ କିଛି ବାଦାମ ରାତିଯାକ ବତୁରାଇ ଦିଅନ୍ତୁ। ସକାଳେ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏଥିରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‍ ରଖି ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

ଅମୃତଭଣ୍ଡା ତ୍ୱଚା ପାଇଁ ଖୁବ ଉପକାରୀ। ଏହା ତ୍ୱଚାର କଳାପଣ ଦୂର କରିଥାଏ। ମୃତ କୋଷିକାକୁ ଦୂର କରିଥାଏ। କଞ୍ଚା ଅମୃତଭଣ୍ଡାକୁ କୋରି ଦିଅନ୍ତୁ। ଏଥିରେ ୪ ଚାମଚ କଞ୍ଚାକ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାଇ ୨୦ ମିନିଟ ଲଗାଇ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।

ଏକ ପାତ୍ରରେ ୨ ଚାମଚ କମଳା ଚୋପା ଗୁଣ୍ଡ ନିଅନ୍ତୁ। ଏଥିରେ ମହୁ,କ୍ଷୀର ଆଦିକୁ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ସପ୍ତାହକୁ ୨ଥର ଏହାକୁ ଲଗାଇପାରିବେ।

Spread the love