ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଘଟଣା, ମୁଖ୍ୟମବୀ ଏବେ କଣ କହିବେ “ଆପଣ ମାନେ ଖୁସି ତ” – ଧର୍ମେନ୍ଦ୍ର ପ୍ରଧାନ

 କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଖବର ଶୁଣି ଦୁଃଖିତ ଓ ମର୍ମାହତ ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ । ସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମବୀ ଏବେ କଣ କହିବେ “ଆପଣ ମାନେ ଖୁସି ତ”ବୋଲି କହି ମୁଖ୍ୟମବୀଙ୍କୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବା ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ରାଜ୍ୟର ମହିଳା ବିଶେଷ ଭାବରେ ଆଦିବାସୀ ଝିଅ ମାନେ ଏପରି ଲଜ୍ଜ୍ୟାଜନକ ଘଟଣାର ଶିକାର ହେବା ଆହୁରି ଚିନ୍ତାର କାରଣ ବୋଲି ସେ କହିଛନ୍ତି ।

ରାଜନୈତିକ ଇଛାଶକ୍ତିର ଅଭାବ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା କାରଣରୁ ଦୋଷୀ ଆଇନ ହାତରୁ ଖସି ଯାଉଛନ୍ତି । ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଅତ୍ୟନ୍ତ ଜରୁରୀ ବୋଲି ତାଙ୍କ ଟ୍ୱିଟରେ କହିଛନ୍ତି ଶ୍ରୀ ପ୍ରଧାନ ।

Spread the love