ଏଥର ଇଣ୍ଡିଆକୁ ହରାଇ ବାଜି ମାରିନେଲା ପାକିସ୍ତାନ,୫ ୱିକେଟରେ ହାତେଇଲା ମ୍ୟାଚ୍

ଆଜି ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ପାକିସ୍ତାନ ମ୍ୟାଚ୍ ସହଜରେ ଜିତିଛି ପାକିସ୍ତାନ। ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପାକିସ୍ତାନ ଏହି ମ୍ୟାଚ୍ କୁ ୫ୱିକେଟ ରେ ଜିତିନେଇଛି। ଫଳରେ ପରାଜୟ ର ବାଟ ଦେଖିଛି ଭାରତ।

ଏସିଆ କପ୍‌ର ସୁପର-୪ ମୁକାବିଲାରେ ଭାରତ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ବିସ୍ଫୋରକ ଆରମ୍ଭ ସତ୍ବେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ୨୮ ରନ ଲେଖାଏଁ କରିଛନ୍ତି। ପାକିସ୍ତାନ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି। ମାତ୍ର ୭ ଦିନର ବ୍ୟବଧାନରେ ପୁଣି ଥରେ ସାମ୍ନା ସାମ୍ନି ହୋଇଛନ୍ତି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ।

ତେବେ ପାକିସ୍ତାନ ଟିମ୍ ର ଖେଳାଳି ମହମଦ ରିଜ୍ଵନ୍ ଭଲ ସ୍କୋର କରିଥିଲେ। ସେହିପରି ମହମ୍ମଦ ନୱେଜ ମଧ୍ୟ ଭଲ ସ୍କୋର କରିଥିଲେ। ସେ ୪୨ ରନ କରି ଆଉଟ୍ ହୋଇଥିଲେ ।

ଟିମ୍ ଇଣ୍ଡିଆ ପକ୍ଷରୁ ଚହଲ, ଭୁବନେଶ୍ୱର କୁମାର, ରବି, ହାର୍ଦିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଏହା ସହ ଭାରତ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଥିବା ବେଳେ ଦୀପକ ହୁଡ୍ଡା ଏବଂ ରବି ବିଷ୍ଣୋଇଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା।

Spread the love