ଗଣେଶ ଭସାଣୀରେ ମାର୍‌ପିଟ୍‌ ; ଜଣେ ମୃତ, ତିନି ଗୁରୁତର

ମାହାଙ୍ଗା ୦୫।୦୯ : ଗଣେଶ ଭସାଣୀରେ ଅଘଟଣ । ପୂର୍ବଶତ୍ରୁତାକୁ ନେଇ ମାର୍‌ପିଟ୍‌ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ  ମାହାଙ୍ଗା ବ୍ଲକ ପୋଡ଼ାମରେଇ ପଞ୍ଚାୟତ ସିନ୍ଧୂପୂର୍  ଗାଁର ଗଣେଶ ପୂଜା ଭସାଣୀରୁ କିଛି ଯୁବକ ଫେରୁଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ସନ୍ତୋଷ ସେଠୀ ନାମକ ବ୍ୟକ୍ତିର ଆକ୍ରମଣର ଏରକଣା ଗ୍ରାମର ୪ ଜଣ ଯୁବକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ତିନି ଜଣ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି ।  ସେପଟେ ଅଭିଯୁକ୍ତ ସନ୍ତୋଷ ସେଠୀ କୁ ଗିରଫ କଲା ମାହାଙ୍ଗା ପୋଲିସ।

Spread the love