ନୂଆ ମୋଡ଼ରେ ଅନୁଭବ-ବର୍ଷା ବିବାଦ, ପୁଣି ଏକ ପିଟିସନ ଦାଏର କଲେ ବର୍ଷା
କଟକ, ୦୮/୦୯: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଆଜି ପୁଣି ଏକ ମୋଡ଼ ନେଇଛି । କଟକ ଫାମିଲି କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଉ ବୋଲି ଆଜି ବର୍ଷା ପୁଣି ଏକ ପିଟିସନ ଦାଏର କରିଛନ୍ତି । ଯାହା ଉପରେ ଆସନ୍ତାକାଲି ଶୁଣାଣି କରିବେ କୋର୍ଟ। ତେବେ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଏବଂ ଜେରା ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଆଜି ଫାମିଲି କୋର୍ଟରେ ଯୁକ୍ତି ଉପସ୍ଥାପନ ହେବାର ଥିଲା । ଯେଉଁଥିପାଇଁ ଆଜି ଅନୁଭବ କୋର୍ଟରେ ହାଜର ମଧ୍ୟ ହୋଇଥିଲେ ।
ତେବେ ବର୍ଷାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବା ବଦଳରେ ସାନି ପିଟିସନ ଦାୟର କରାଯାଇଛି । ସାକ୍ଷ୍ୟ ଗ୍ରହଣ ପାଇଁ ପୂର୍ବରୁ ବାର୍ଷାଙ୍କୁ ଫାମିଲି କୋର୍ଟ ବାରମ୍ବାର ନୋଟିସ କରିଥିଲେ । କିନ୍ତୁ ସେ କୋର୍ଟରେ ଉପସ୍ଥିତ ନହେବାରୁ ତାଙ୍କର ପକ୍ଷ ଉପସ୍ଥାପିତ ହୋଇନଥିଲା ଏବଂ ଉକ୍ତ ପ୍ରକ୍ରିୟା ଉପରେ ପୂର୍ଣ୍ଣଛେଦ ଟାଣିଥିଲେ କୋର୍ଟ । ଆଜି ବର୍ଷାଙ୍କ ତରଫରୁ ଯେଉଁ ପିଟିସନ ଦାୟର ହୋଇଛି ତାହା ଗ୍ରହଣୀୟ ହେବକି ନାହିଁ ତାହା ଆସନ୍ତା କାଲି ସ୍ପଷ୍ଟ ହେବ ।