ଏହି OTT ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ଵାଇ ୧୦।୦୯: ରଣବୀର କପୁର-ଆଲିଆ ଭଟ୍ଟଙ୍କ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇସାରିଛି। ବର୍ତ୍ତମାନ କରଣ ଜୋହରଙ୍କ ଶୋ ‘କଫି ୱିଥ କରଣ’ ବିଷୟରେ ଏକ ବଡ ଖବର ଆସିଛି। ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଯିବେ। ଖବର ସାମ୍ନାକୁ ଆସିଛି କି ଖୁବ୍‌ ଶୀଘ୍ର OTT ପ୍ଲାଟଫର୍ମକୁ ଆସିବାକୁ ଯାଉଛି। ଏଥି ସହ କରଣଙ୍କ ଶୋ’ ଏବଂ ନୂଆ ଶୋ’ ବିଷୟରେ ଏକ ବଡ ଘୋଷଣା କରାଯାଇଛି। ନିକଟରେ ଆଲିଆ ରଣବୀରଙ୍କ ମଲ୍ଟି ଷ୍ଟାର ‘ବ୍ରହ୍ମାସ୍ତ୍ର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ବିଷୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ପ୍ରଶଂସକମାନେ ମଧ୍ୟ ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ଡିଜ୍ନିର ୧୦୦ ବର୍ଷ ପୂରଣ ହେବାପରେ D23 ଏକ୍ସପୋ ଆୟୋଜିତ ହୋଇଛି।

ଏହି ସମୟରେ, ଟିଭିର ମୁଖ୍ୟ ତଥା OTT  କଣ୍ଟେନଟ୍‌ ଗୌରବ ବାନାର୍ଜୀ ପ୍ରକାଶ କରିଛନ୍ତି ଯେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ କିଛି ସମୟ ପରେ ଡିଜନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହେବ। ତେବେ ଏହାର ତାରିଖ ପ୍ରକାଶ କରାଯାଇ ନାହିଁ।ଏହା ବ୍ୟତୀତ ଶୋ ‘କଫି ୱିଥ୍ କରଣ-୮’ ର ନୂଆ ସିଜିନ୍‌ ଘୋଷଣା କରାଯାଇଛି ।

Spread the love